କଳଙ୍ଗା ସମାଜକୁ ଆଦିବାସୀ ମାନ୍ୟତା ପ୍ରଦାନ ପ୍ରସଙ୍ଗ : ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କଲେ ଏକ ଦଶ ଜଣିଆ ପ୍ରତିନିଧି ମଣ୍ଡଳୀ

ବରଗଡ, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବିଶେଷ ଭାବେ ବରଗଡ, ବଲାଙ୍ଗିର, ନୁଆଁପଡା, ସୁନ୍ଦରଗଡ, ଝାରସୁଗୁଡ଼ା, ସୋନପୁର, ସମ୍ବଲପୁର ଜିଲ୍ଲାରେ ବସବାସ କରୁଥିବା ” କଳଙ୍ଗା ” ସମାଜକୁ ଆଦିବାସୀ ମାନ୍ୟତା ଦାବିରେ ପଶ୍ଚିମ ଓଡ଼ିଶାର ସମାଜର ଏକ ୧୦ ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ସାକ୍ଷାତ କରି ” କଳଙ୍ଗା ” ସମାଜକୁ ଆଦିବାସୀ ମାନ୍ୟତା ଦେବା ପାଇଁ ଦାବୀପତ୍ର ଦେବା ସହ ଆଲୋଚନା କରିଛନ୍ତି । କଳଙ୍ଗା ସମାଜର ପ୍ରାୟ ୫୦ ହଜାର ପରିବାର ଓଡିଶାରେ ବସବାସ କରୁଛନ୍ତି । ଏହି ସମାଜ ଜଙ୍ଗଲ ଓ ପ୍ରକୃତି ଉପରେ ନିର୍ଭର କରି ଚଳନ୍ତି । ଏହି ସମାଜ ” ଦୁଲ୍ଲଦେଓ ”ଙ୍କୁ ତାଙ୍କର ମୁଖ୍ୟ ଦେବତା ଭାବେ ପୂଜା କରନ୍ତି । ରାଜ୍ୟ ସରକାର ଯଦି କଳଙ୍ଗା ସମାଜକୁ ଆଦିବାସୀ ଶ୍ରେଣୀ ଭୁକ୍ତ କରିବା ପାଇଁ ପ୍ରସ୍ତାବ ଦେଇଥିବେ ତାହେଲେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କ ସହ ଆଲୋଚନାର କରି ଏ ଦିଗରେ ପଦକ୍ଷେପ ନେବେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶୃତି ଦେଇଥିଲେ । ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ଵର ଟୁଡୁ, ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ମଧ୍ୟ ସାକ୍ଷାତ କରି ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଛନ୍ତି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ” କଳଙ୍ଗା ” ସମାଜର ପ୍ରତିନିଧି ମଣ୍ଡଳୀ ମୁଖ୍ୟ ସର୍ବଶ୍ରୀ ଜୟପତି ସାଗର, ଚକ୍ରଧର ସାଗର, ଗିରିଧାରି ସରଜାଲ, ଜଗଜୀବନ ଗିର୍ଣ୍ଣା, ହୀରାଧର ବିହାର, ନନ୍ଦକିଶୋର ସରାଫ, ଥବିର ଗିର୍ଣ୍ଣା, ଗଙ୍ଗାଧର ସାଗର, ଜୟରାମ ଧୌନରିଆ, ବାସୁଦେବ ରେଙ୍ଗାଲ ସାମିଲ ହୋଇଥିଲେ ।

Leave A Reply

Your email address will not be published.

3 × 2 =

error: Content is protected !!