csstore

ଐତିହ୍ୟ ସଂପନ୍ନ ତଥା ପ୍ରସିଦ୍ଧ ନୃସିଂହନାଥ ମନ୍ଦିର : କିମ୍ବଦନ୍ତୀର ମହାସାଗର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲା, ପାଇକମାଲ ସ୍ଥିତ ଗାନ୍ଧମାର୍ଦ୍ଧନ ପର୍ବତର ପାଦ ଦେଶରେ ଅଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ମନ୍ଦିର । ଏହି ଐତିହାସିକ ମନ୍ଦିରକୁ ପାଟଣାଗଡର ରାଜା ବୈଜଳ ସିଂ ୧୩୧୩ ମସିହାରେ ସ୍ଥାପିତ କରିଥିଲେ ମନ୍ଦିରର ଉଚ୍ଚତା ୪୫ ଫୁଟ୍‌ । ଲୋକଙ୍କ କହିବା ଅନୁସାରେ ଏହି ସ୍ଥାନରେ ଏକ ଅସୁରର ବାସ ଥିଲା ଏବଂ ଏହି ଅସୁରର ନାଶ ପାଇଁ ଭଗବାନ ବିଷ୍ଣୁ ଆସିଥିଲେ ସେହିସମୟରେ ଅସୁରଟି ମୂଷା ରୂପ ନେଇ ଏକ ଗାତକୁ ପଶିଯାଇଥିଲା, ମୂଷାକୁ ଧରିବା ପାଇଁ ଭଗବାନ ବିଷ୍ଣୁ ବିରାଡ଼ି ରୂପରେ ଗାତ ବାହାରେ ଅପେକ୍ଷା କରିଥିଲେ । ସେଥିପାଇଁ ଭଗବାନ ଏଠାରେ ବିରାଡ଼ି ରୂପରେ ମଧ୍ୟ୍ୟ ପୂଜା ପାଇଥାନ୍ତି କିନ୍ତୁ ଏଠାରେ ମୁଖ୍ୟ ଭାବେ ଭଗବାନ ବିଷ୍ଣୁଙ୍କ ନୃସିଂହ ଅବତାରକୁ ପୂଜା କରାଯାଏ, ଏହି ରହସ୍ୟମୟ ସ୍ଥାନର ଅନେକ କିମ୍ବଦନ୍ତୀ ରହିଛି । ବର୍ତ୍ତମାନ ଏହି ସ୍ଥାନ ନିଜର ଐତିହାସିକ ରହସ୍ୟ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକ ମାନଙ୍କ ପାଇଁ ଏକ ଆକର୍ଷଣସ୍ଥଳୀ ପାଲଟିଛି ଏବଂ ଓଡିଶାର ପର୍ଯ୍ୟଟନ ମାନଚିତ୍ରରେ ନିଜର ଏକ ଭିନ୍ନ ଛବି ଆଙ୍କିଛି ।

jayashree
Leave A Reply

Your email address will not be published.