ପି.ଆର.ହାଇସ୍କୁଲ ଷ୍ଟାଡିୟମ ଓ କଲ୍ୟାଣ ମଣ୍ଡପ ନିରୀକ୍ଷଣ କଲେ ନରସିଂହ

ବଲାଙ୍ଗିର,(ଦେବାଶିଷ ମିଶ୍ର) : ସହର ମଧ୍ୟରେ ଚାଲିଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯଥା ପୃଥ୍ୱୀରାଜ ହାଇସ୍କୁଲ ଷ୍ଟାଡିୟମ, ଇନ୍‌ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମ ଏବଂ ମହାଲକ୍ଷ୍ମୀ ନଗର ସ୍ଥିତ କଲ୍ୟାଣ ମଣ୍ଡପ କାର୍ଯ୍ୟ ଅଗ୍ରଗତି ଜାଣିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପ୍ରକଳ୍ପ ନିରୀକ୍ଷଣ କରିଥିଲେ । ପ୍ରଥମେ ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆରେ ପହଞ୍ôଚ ଆଉଟ୍‌ଡୋର୍‌ ଷ୍ଟାଡିୟମ କାମର ପଡିଆ ସମତଳ କରିବା ତଥା ପଡିଆରେ ମାଟି ପକାଇବା ସହ ସବୁ ଋତୁରେ ପଡିଆର ଜଳ ଯେପରି ଠିକ୍‌ ହିସାବରେ ନିଷ୍କାସନ ହୋଇପାରିବ ସେ ଉପରେ ନିର୍ମାଣ ସଂସ୍ଥାର ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା । ଯେତେ ଶୀଘ୍ର ହେବ ପଡିଆରେ ପଡିଥିବା ନିର୍ମାଣ ଜନିତ ବର୍ଜ୍ୟବସ୍ତୁ ଖାଲି କରି ପଡିଆ ସମତୁଲ କରିବା ପାଇଁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣଧୀନ ବ୍ୟାଡମିଣ୍ଟନ ଇନ୍‌ଡୋର ଷ୍ଟାଡିୟମର ସୁରକ୍ଷା ପାଇଁ ପଡିଆ ଚାରିପଟେ ·ଲିଥିବା ପାଚେରୀ ନିର୍ମାଣର ମନ୍ଥରତାକୁ ନେଇ ଶ୍ରୀ ମିଶ୍ର ଅସନ୍ତୋଷ ବ୍ୟକ୍ତ କରିବା ସହ ଯେତେ ଶୀଘ୍ର ହେବ ପଡିଆର ଦକ୍ଷିଣ ପଟେ ଥିବା ଛାତ୍ରବାସ କଡରୁ ପାଚେରୀ ନିର୍ମାଣ କାମ ଆରମ୍ଭ କରିବା ପାଇଁ ନିର୍ମାଣକାରୀ ସଂସ୍ଥା ପ୍ରତିନିଧିଙ୍କୁ ଶ୍ରୀ ମିଶ୍ର କହିଥିଲେ । ପରେ ଇନ୍‌ଡୋର ଷ୍ଟାଡିୟମର ମୁଖ୍ୟ ହଲ୍‌ ତଥା ପ୍ରଶାସନିକ କୋଠାର କାର୍ଯ୍ୟ ତଦାରଖ କରିବା ସହ କାମର ମାନ ଠିକ୍‌ ଅଛି କି ନାହିଁ ପଚାରି ବୁଝିଥିଲେ । ପରେ ପରେ ମହାଲକ୍ଷ୍ମୀନଗର ସ୍ଥିତ କଲ୍ୟାଣ ମଣ୍ଡପ ସ୍ଥାନରେ ପହଞ୍ôଚ ନିର୍ମାଣକାରୀ ସଂସ୍ଥା କଲ୍ୟାଣ ମଣ୍ଡପ କାମ ଆହୁରି ଶୀଘ୍ର ସମାପ୍ତ ହେଉ ବୋଲି କହିବା ସହ କଲ୍ୟାଣ ମଣ୍ଡପ ଉପରେ ଥିବା ହଲ୍‌ ଏବଂ ପଡିଆ କାମ ନିରୀକ୍ଷଣ କରିଥିଲେ । ୨୦୨୧ରେ ଯେପରି କଲ୍ୟାଣ ମଣ୍ଡପରେ ବଲାଙ୍ଗିରବାସୀ ନିଜ ନିଜର ସାମାଜିକ କାର୍ଯ୍ୟ କରି ପାରିବେ, ତାହାକୁ ଆଖି ଆଗରେ ରଖି କାମ ଶୀଘ୍ର ସମାପ୍ତ କରିବା ପାଇଁ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.