jsm

ଆଗାମୀ ଦିନ ଜିଲ୍ଲାରେ ଲୋକ ମହୋତ୍ସବ ଜିଲ୍ଲା କଳାକାର ସମନ୍ୱୟ ସମିତି ୧୦ ଟଙ୍କା ଚାଉଳ ଏକ ଅଡାରେ କରିବାକୁ ନିଷ୍ପତି

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସମନ୍ୱୟ ସମିତି, ବଲାଙ୍ଗିର ଆନୁକୂଲ୍ୟରେ ସଦର ବ୍ଲକ ବଲାଙ୍ଗିର ଚୂଡ଼ାପାଲି ନିକଟସ୍ଥ ଭୁଏ ପାଲି ଠାରେ ସମନ୍ୱୟ ସମିତିର ସଭାପତି ଗୁରୁଶ୍ରୀ ପରମାନନ୍ଦ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉଦ୍‌ବୋଧନ ଦେଇ ସେ କହିଲେ । କଳାକାର ଆଜି ସବୁକ୍ଷେତ୍ରରେ ଅବହେଳିତ ଅସମ୍ମାନିତ ହେଇପଡ଼ି ରହିଛନ୍ତି । ସର୍ବଦା ପ୍ରଶାସନିକ ଓ ରାଜନୈତିକ ଅଣଦେଖାରେ ରହିଛି । କଳାକାର ଶିଶୁ ଜନ୍ମଦିନରେ, ବିବାହ ସମୟରେ, ପାର୍ବପର୍ବାଣୀରେ, ନେତା ମନ୍ତ୍ରୀଙ୍କ ସ୍ୱାଗତ ସମୟରେ ଏପରିକି ଶବଦାହ ସମୟରେ କଳାକାରଙ୍କୁ ଖୋଜା ପଡ଼େ, କିନ୍ତୁ ଆଜି କଳାକାର ପେଟକୁ ଦୁଇ ମୁଠା ଚାଉଳ ନାହିଁ, ଏହାଠାରୁ ଅମାନିବିକତା କଣ ଥାଇପାରେ ବୋଲି କ୍ଷେବୋ ପ୍ରକାଶ କରିଥିଲେ । ଜିଲ୍ଲା ଲୋକ ମହୋତ୍ସବ ବନ୍ଦ ନେଇ ଆଗାମୀ ଦିନରେ ଜିଲ୍ଲା କଳାକାର ସମନ୍ୱୟ ସମିତି କରିବାକୁ ଆହ୍ୱାନ ଦେଇଥିଲେ । ଫଳସ୍ୱରୂପ ସମସ୍ତଙ୍କ ନିଷ୍ପତି ଅନୁସାରେ ଏକ ଅଡା ଚାଉଳ ଦଶ ଟଙ୍କା ଓ ଯାହାର ଯେତେ ସକ୍ଷମ ଅନୁସାରେ ଟଙ୍କା ସହାୟତା ଦେବାକୁ ଅନୁରୋଧ କରାଯାଇଥିଲା । ପରିଣାମରେ ଆଜିର ସଭାରେ ୪୫ ହଜାର ୩୦୦ ଟଙ୍କା ସହାୟତା ରାଶି ମିଳିଥିଲା । ସମନ୍ୱୟ ସମିତି ତଥା ଜିଲ୍ଲା କଳାକାର ସଂସ୍କୃତି ଉପସଭାପତି ସୁଦାମ ବିଶି ନିଜ ବକ୍ତବ୍ୟରେ କହିଲେ ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନାରେ ପୁରୁଷ, ମହିଳା କଳାକାର ସମାନତା ନାହିଁ, ଯେଉଁ କଳାକାର ୨୦ ବର୍ଷ ଧରି ପେସାଦାର ଭାବେ କଳାପରିବେଷଣ କରୁଛନ୍ତି ସେମାନଙ୍କୁ ବିନା ସିଲେକ୍ସନ୍‌ କରି ଭତ୍ତା ପ୍ରଦାନ କରିବାକୁ ଦାବୀ ରଖିଥିଲ । ସାମାଜିକ ସୁରେକ୍ଷା ଅଣଦେଖା କରାଯାଉଛି ବୋଲି କହିଥିଲେ । ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ତାଙ୍କ ବକ୍ତବ୍ୟରେ କହିଲେ । ଆଜି ଯେଉଁ କଳାକାର ପେସାଦାର ଭାବେ କଳା ପରିବେଷଣ କରୁଛି ତାଙ୍କୁ ଅଣ କଳାକାର ଜଜ୍‌ ହୋଇ ଜଜ୍‌ମେଣ୍ଟ କରୁଛି ତାଠାରୁ ଜଣେ କଳାକାର କଣ ଆଶା କରିବ । ଅନେକ ନକଳି କଳାକାର ଭତ୍ତା ଯୋଜନାରେ ସାମିଲ ଥିବା ଅଭିଯୋଗ ରହିଛି, ଯାହା ଆଗାମୀ ଦିନରେ ସମନ୍ୱୟ ସମିତି ରାଜରାସ୍ତାକୁ ଓହ୍ଲାଇବ । କେତେକ ସ୍ୱାର୍ଥବାଦୀ ପାଇଁ ଲୋକ ମହୋତ୍ସବ ହେଇ ପାରିଲାନି ଯାହା କଳାକାରମାନଙ୍କ ଅପମାନଜନକ । ତେଣୁ ଆଜି କଳାକାର ଯେଉଁ ପଦକ୍ଷେପ ନେଇଛି ତାଙ୍କୁ ତ୍ୱରିନିତ କରିବାକୁ ନିବେଦନ କରିଥିଲେ । ବିଭୁଚନ୍ଦ୍ର ଗଡତ୍ୟା, କାଳିନ୍ଦ୍ରି ମାଝୀ, ପ୍ରମୋଦ ନାଏକ, ଚିତ୍ରସେନ ବଗର୍ତ୍ତୀ, ବେଣୁଧର ପଟେଲ, କୁଶ ବରିହା ପ୍ରମୁଖ ନିଜର ମତ ଦେଇଥିବା ବେଳେ ସମନ୍ୱୟ ସମିତିର ସମ୍ପାଦକ ସତ୍ୟ ବନଛୋର ସଭା ପରିଚାଳନା କରିଥିଲେ । ପବିତ୍ର ଭୁଏ, ଯାଦବ ଧାରୁଆ, ମହେନ୍ଦ୍ର ସିଂ ନିନା ସହିତ ଆଠଟି ବ୍ଲକର କଳାକାର ଉପସ୍ଥିତ ରହି ସହଯୋଗରେ ସଫଳ କରିଥିଲେ ଓ ଶ୍ରୀରାମ ମହିଳା ସଂକୀର୍ତ୍ତନ୍ୟ ଦଳ ଖାଦ୍ୟ ପାଣି ବ୍ୟବସ୍ଥାରେ ସହଯୋଗ ରହିଥିଲା ।

yuvodaya
Leave A Reply

Your email address will not be published.