pakka

ନିସାନ୍ ସାହିତ୍ୟ ସଂସଦର ସମ୍ବର୍ଦ୍ଧନା ସଭା

bbehera

ତୁଷୁରା, (ଅଜିତ କୁମାର ସାହୁ) : ନିସାନ ସାହିତ୍ୟ ସଂସଦ ଓ ଆଞ୍ଚଳିକ କବି କଳାକାର ପରିଷଦ, ତୁଷୁରାର ମିଳିତ ଆନୁକୂଲ୍ୟରେ ନୁଆଁଖାଇ ଭେଟଘାଟ ସହ ସମ୍ବର୍ଦ୍ଧନା ସଭା ରବିବାର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ମିଟିଂ ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ନିସାନର ସଭାପତି ରମେଶ ପ୍ରଧାନଙ୍କ ସଭାପତିତ୍ବ ଓ ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପଦ୍ମଶ୍ରୀ ଡ. ହଲଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ମାତୃଭାଷାରେ ସାହିତ୍ୟ ସର୍ଜନା ପାଇଁ ପରାମର୍ଶ ଦେଇଥିଲେ । ସେ କବିମାନଙ୍କୁ କହିଥିଲେ ‘କବିତା ଲେଖ ପଛେ କମ୍, ହେଲେ ଲେଖାନେ ଥଉ ଦମ୍’ । ବିଶିଷ୍ଟ ସାହିତ୍ୟିକ, ଅନୁବାଦକ, ସ୍ତମ୍ଭକାର ତୁଳସୀ ଜୈନ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସମାଜସେବୀ ଶିଳ୍ପପତି ଦୀନଦୟାଲ କେଡିଆ ଓ ବିଶିଷ୍ଟ ବ୍ୟବସାୟୀ ପିଙ୍କୁ ଅଗ୍ରୱାଲ ଯୋଗ ଦେଇଥିଲେ । ଆକାଶବାଣୀ ବଲାଙ୍ଗିରର ଉଦ୍‌ଘୋଷକ ତଥା ମନସ୍ୱିନୀ କଟକର ସଂଗଠନ ସଂପାଦକ ନବ କିଶୋର ବେହେରା ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରି ନିସାନ ସାହିତ୍ୟ ସଂସଦର କାର୍ଯ୍ୟକୁ ଭୂୟଶୀ ପ୍ରସଂଶା କରିଥିଲେ । ତୁଷୁରାର ଗଉନ୍ତିଆଁ ସାଧୁ ପ୍ରଧାନ ସମ୍ମାନୀତ ଅତିଥି ଆସନରେ ମଞ୍ଚାସୀନ ଥିଲେ । ଉକ୍ତ ସଭାରେ ପଶ୍ଚିମ ଓଡିଶାର କବି ଓ କବୟିତ୍ରୀଙ୍କୁ ମୁଖ୍ୟ ଅତିଥି ଡ. ନାଗ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ସର୍ବଶ୍ରୀ କବି ଯୁବରାଜ କୁଦେଇ କବି ଦେବଦତ୍ତ ପଣ୍ଡା, କବୟିତ୍ରୀ ସୁଜାତା ନାଏକ, କବୟିତ୍ରୀ ସାବିତ୍ରୀ ସାହୁ, କବି ଦିଲୀପ ମିଶ୍ର, କବୟିତ୍ରୀ ଚନ୍ଦନା ମଞ୍ଜରୀ ତ୍ରିପାଠୀ, କବି ଭକ୍ତବନ୍ଧୁ ସାହୁ, କବୟିତ୍ରୀ ବବିତା ନାୟକ, କବୟିତ୍ରୀ ସାବିତ୍ରୀ ସାହୁ, କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, କବି ସୁଖରାମ ମଲ୍ଲିକ, କବି ସୁଧାକର ପ୍ରଧାନ, କବି ସନ୍ତୋଷ କୁମାର ବେହେରା, କବି ଦେବେନ୍ଦ୍ର ଭୋଇ ଏବଂ କଣ୍ଠଶିଳ୍ପୀ ବିପାଶା ବାଗ, ବିଶ୍ବଜିତ ସାହୁ, ନାରାୟଣ ଦଣ୍ଡସେନା, ରମାକାନ୍ତ ମିଶ୍ର, କୃଷ୍ଣପ୍ରିୟା କଳା ପରିଷଦ ତଷୁରାର କଳାକାର ସାନ ବଡ ଓ କୁନିଙ୍କୁ ନିସାନ ପ୍ରତିଭା ସମ୍ମାନ ୨୦୨୧ରେ ସମ୍ମାନୀତ କରାଯାଇଥିଲା । ନିର୍ଭିକ ସମ୍ବାଦିକତା ପାଇଁ ସମ୍ବାଦିକ ମନୋଜ ଜୈନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଭା ଶେଷରେ ଦେବେନ୍ଦ୍ର ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଯାଜ୍ଞସେନୀ ସାହୁ ସହଯୋଗ କରିଥିଲେ । ଭୋଜନ ବିରତି ପରେ ଦ୍ବିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଦେଓଗାଁ ଏବିଇଓ ଅଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡ. ସୁଧାଂଶୁ ମେହେର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅଶୋକ କୁମାର ପ୍ରଧାନ ମୁଖ୍ୟବକ୍ତା, ସମ୍ମାନୀତ ଅତିଥି ଭାବେ ସୋମନାଥ ମିଶ୍ର, ଭକ୍ତବନ୍ଧୁ ବିଶ୍ବାଲ ଓ କିଶୋରୀ ଦଣ୍ଡସେନା ଯୋଗ ଦେଇଥିଲେ । କବି ଦେବେନ୍ଦ୍ର ଭୋଇ ଓ କବୟିତ୍ରୀ ଯାଜ୍ଞସେନୀ ସାହୁଙ୍କର ସଂଯୋଜନାରେ ସଂଧ୍ୟା ପର୍ଯ୍ୟନ୍ତ କବିତା ପାଠ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ନିସାନ୍‌ର ମଞ୍ଚ ଦୁଲୁକିଥିଲା । ତୁଷୁରା ଭଳି ଛୋଟ ସହରରେ ଏଭଳି ବିରାଟ ଆୟୋଜନ ପାଇଁ ନିସାନର କର୍ମକର୍ତ୍ତାଙ୍କୁ ବଲାଙ୍ଗିର, କଳାହାଣ୍ଡି, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ ଜିଲ୍ଲାରୁ ଆସିଥିବା କବି କବୟିତ୍ରୀମାନେ ପ୍ରସଂଶା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦେବାଶିଷ ମହାପାତ୍ର, କ୍ଷୀରେଶ୍ବର ଦଳବେହେରା, ବେଣୁଧର ଷଡଙ୍ଗି, ନିତ୍ୟାନ୍ଦ ଷଡଙ୍ଗୀ, କୃଷ୍ଣେନ୍ଦୁ ହୋତା, ପ୍ରହଲ୍ଲାଦ ଦଣ୍ଡସେନା, ହରିଶଙ୍କର ବାଗ, ସୁନିଲ ସାହୁ, ଦେବାଶିଷ ସାହୁ, ରାଜେଶ ସରାଫ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ନିସାନର ସଂପାଦକ ଆଶୁକବି ହେମନ୍ତ ଦାଶ ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.

fourteen − ten =