pakka

ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ବିଜେପିର ତହସିଲ ଅଫିସ ଘେରାଉ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବିଜେପୁର ନିର୍ବାଚନ ମଣ୍ଡଳୀକୁ ସଂପୂର୍ଣ୍ଣ ମରୁଡ଼ି ଅଞ୍ଚଳ ଘୋଷଣା ଦାବୀରେ ଆଜି ଭାଜପା ପକ୍ଷରୁ ବିଜେପୁର ତହସିଲ ଅଫିସ ଘେରାଉ କରାଯାଇଥିଲା । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ ଏବଂ ବିଜେପୁରରେ ସଂଗଠକ ସନତ ଗଡତୀୟାଙ୍କ ନେତୃତ୍ବରେ ଶତାଧିକ କର୍ମୀ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ପରେ ତହସିଲ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀଙ୍କ ସହ ସାଂସଦ ପ୍ରତିନିଧି ପ୍ରବୀଣ ପାଣିଗ୍ରାହୀ, ଜିଲ୍ଳା ପରିଷଦ ଉପଧ୍ୟକ୍ଷ ମଦନ ଦୀପ, ଜିଲ୍ଲା ଉପସଭାପତି ସ୍ୱାଧୀନ ମହାପାତ୍ର, ବରିଷ୍ଠ ନେତା ହଳପାଣି ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡା, ସଂପାଦକ ବିକ୍ରମ ସେଠ ଓ ଚାଷୀମାନେ ଶୋଭାଯାତ୍ରାରେ ସାମିଲ ଥିଲେ । ଏହି ଶୋଭାଯାତ୍ରା ବସଷ୍ଟାଣ୍ଡରୁ ବାହାରି ତହସିଲ କାର୍ଯ୍ୟାଳୟକୁ ପହଞ୍ଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପୁର, ଗାଇସିଲେଟ ଓ ବରପାଲି ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ଭାରତୀୟ ଜନତା ପାର୍ଟି ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜେପୁର ତହସିଲଦାରଙ୍କୁ ଏକ ଚାରି ଦଫା ଦାବୀ ସମ୍ବିଳିତ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀ ଗୁଡକ ମଧ୍ୟରେ ଉକ୍ତ ବ୍ଲକଗଡିକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରାଯାଉ, ତୁରନ୍ତ ଇନ୍ ପୁଟ ସବସିଡି ପ୍ରଦାନ, ଚାଷୀଙ୍କ ବିଦ୍ୟୁତ ବିଲ ଛାଡ, ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପରୁ ବାଦ ପଡିଥିବା ବିଜେପୁର ବ୍ଲକର ୮ ଗୋଟି ପଂଚାୟତକୁ ତୁରନ୍ତ ଏହାର ଅନ୍ତର୍ଭୁକ୍ତ କରାଯିବାକୁ ଦାବୀ ରହିଛି ।

Leave A Reply

Your email address will not be published.

4 × four =