pakka

କୁଶୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଅନ୍ତର୍ଗତ କୁଶୁଡ଼ା ଆଞ୍ଚଳିକ ସାଧନକେନ୍ଦ୍ର ପରିସରରେ ଅବସରକାଳୀନ ସମ୍ଵର୍ଦ୍ଧନା ସଭାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକାର୍ୟ୍ୟକୁ ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉଦ୍‌ଘାଟନ କରିବା ସହ କୁଶୁଡ଼ା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ଗୋପାଳ ଚନ୍ଦ୍ର ସେଠୀ ସଭାପତିତ୍ବ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥ ଗିରି, ବିଶିଷ୍ଟ ଅତିଥି ବାଲେଶ୍ବର ସଦର ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ, ମୁଖ୍ୟବକ୍ତା ଉତ୍ତର ଭୋଗରାଇ ଓଷ୍ଟା ସଂପାଦକ ପ୍ରଶାନ୍ତ ମହାନ୍ତି, ସମ୍ମାନିତ ଅତିଥି ଭୋଗରାଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷଭ କୁମାର ମହାପାତ୍ର, ଗବଗାଁ ସରପଞ୍ଚ ପ୍ରଭୁଦୟାଲ ଜେନା, ଉତ୍ତର ଭୋଗରାଇ ଓଷ୍ଟା ସଭାପତି ବିଜୟାନନ୍ଦ ପଟ୍ଟନାୟକ, ଦହମୁଣ୍ଡା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ପବନ କୁମାର ବେହେରା, ନାଚିନ୍ଦା ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଶୋକ କୁମାର ସେଠୀ, ବାରବାଟିଆ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ଅଶୋକ କୁମାର ସାହୁ, ସିଆଁରୋଇ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ପଦ୍ମଲୋଚନ ସାହୁ ପ୍ରମୁଖ ଯୋଗଦେଇ ଚାକିରି ଜୀବନ କାଳରେ ଶିକ୍ଷକମାନଙ୍କର ନୈତିକ କର୍ତ୍ତବ୍ୟ ଏବଂ ଛାତ୍ରଛାତ୍ରୀମାନଙ୍କର ଉଜ୍ଜଳ ଭବିଷ୍ୟତ ଗଠନରେ ଶିକ୍ଷକମାନଙ୍କ ଭୂମିକା ସଂପର୍କରେ ଆଲୋକପାତ କରିଥିଲେ । ଅବସର ନେଇଥିବା ପୁରୁଷୋତ୍ତମପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ଦେ, ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ରାଉତ, ଗୁଜଡିହା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧାକୃଷ୍ଣ ଦାସ, କୁଶୁଡ଼ା ବଡ଼ବଡ଼େଶ୍ୱର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଜେନା, ନିଳପୁରା ନାଟେଶ୍ୱରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଅଞ୍ଜଳି ସିଂ ଏବଂ ପଦୋନ୍ନତି ପାଇଥିବା ବାଲେଶ୍ବର ସଦର ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନଙ୍କୁ ସାଧନକେନ୍ଦ୍ର ତରଫରୁ ଉତ୍ତରୀ, ମାନପାତ୍ର ସହ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ସାଧନ କେନ୍ଦ୍ର ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

two × 5 =