pakka

ସଇଁନ୍ତଲା ବିଡିଓଙ୍କ ବଦଳି ବାତିଲ ଦାବୀ : ବାତିଲ ନ ହେଲେ ଆନ୍ଦୋଳନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟ ସରକାର ପ୍ରଶାସନିକ କାର୍ଯ୍ୟରେ ସ୍ୱଚ୍ଛତା ଓ ଦକ୍ଷତାର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀ ମାନଙ୍କ ବଦଳି ଏକ ନିର୍ଦ୍ଦିଷ୍ଟ ସମୟରେ କରାଇଥାଆନ୍ତି । କିନ୍ତୁ ଦୁଃଖର ବିଷୟ ଗରିବ ଲୋକଙ୍କ କଥାକୁ ଠିକ ଭାବରେ ଶୁଣି ଉଚିତ ବ୍ୟବହାର ଦେଉଥିବା, କିଛି ମାସ ଭିତରେ ଲୋକଙ୍କ ପ୍ରିୟପାତ୍ର ହୋଇପାରିଥିବା ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବିଡିଓ ଦେବାଶିଷ ସାମଲକୁ ତୁରେକେଲା ବ୍ଳକକୁ ବଦଳି ହୋଇଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବୀ ଓ ସରପଞ୍ଚ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ବିଡିଓଙ୍କ ବଦଳି ହୋଇଥିବା ବେଳେ ବଦଳିକୁ ବାତିଲ କରିବା ପାଇଁ ସାଧାରଣରେ ଦାବୀ ହୋଇଛି । ଅନ୍ୟପଟେ ଏଭଳି ବିଡିଓଙ୍କୁ ରାଜନୈତିକ ଚାପରେ ତାଙ୍କର ବଦଳି ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଥିବା ସହ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ବଦଳି ବାତିଲ କରିବା ପାଇଁ ଦାବୀ ହୋଇଛି । ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯାଏ । ତାହେଲେ ଆନ୍ଦୋଳନ ଜୋର୍‌ଦାର କରାଯିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବୀ ହୋଇଛି ।

Leave A Reply

Your email address will not be published.

9 + 10 =