p purohi

କୁଡ଼ାସିଂହା ପେକ୍ସ ସଭାପତି ଭାବେ ପୁରୁଷୋତ୍ତମ ସାହୁ ନିର୍ଦ୍ଵନ୍ଦରେ ନିର୍ବାଚିତ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ କୁଡ଼ାସିଂହା ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ନିର୍ବାଚନ ପାଇଁ ଗୁରୁବାର ଦିନ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଥିଲା । ପୁରୁଷୋତ୍ତମ ସାହୁଙ୍କ ବ୍ୟତୀତ ଅନ୍ୟ କେହି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବାରୁ ଶ୍ରୀ ସାହୁ ନିର୍ଦ୍ଵନ୍ଦ ଭାବେ ନିର୍ବାଚିତ ହୋଇଛନ୍ତି । ସ୍ଥାନୀୟ ପେକ୍ସ ନିର୍ଦ୍ଦେଶକଙ୍କ ମଧ୍ୟରେ ପୁରୁଷୋତ୍ତମ ସାହୁଙ୍କ ସହ ବୃନ୍ଦାବନ ନାଗ, ଅନ୍ତ ସେଠ, ରାଧାମୋହନ ମଲ୍ଲିକ, ପ୍ରେମରାଜ ଧରୁଆ, ରବିନ୍ଦ୍ର ସାହୁ, ସୁରେଶ ସାହୁ, ଉପିଦ୍ର ସାହୁ, ବିକଳ ସାହୁ, ଅଜିତ ସାହୁ, ଗଣେଶ ସାହୁ, ଉଜ୍ଜଳ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.