p purohi

ସାମ୍ବାଦିକଙ୍କ ମା’ ଦୌପଦୀ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦର୍ହା ନିବାସୀ ତଥା ସାମ୍ବାଦିକ ମନୋହର ଦାସଙ୍କ ମାତା ଦୌପଦୀ ଦାସଙ୍କ ଏକାଦଶାହରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଯୁବ ସାମ୍ବାଦିକ ନିରୋଜ ପାଣୀ, ମଦନ ମୋହନ ପଟେଲ, ରାଜେନ୍ଦ୍ର ସେଠଙ୍କ ସମେତ ପଦ୍ମପୁର, ପାଇକମାଲ, ଝାରବନ୍ଧ ଅଞ୍ଚଳର ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାମ୍ବାଦିକ ଗଣ ଉପସ୍ଥିତ ରହି ସ୍ୱର୍ଗତ ଶ୍ରୀମତୀ ଦାସଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏଥିରେ ତାଙ୍କର ଆତ୍ମିୟସ୍ୱଜନ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.