pakka

ପୌର ପରିଷଦ ନିର୍ବାଚନ : ଭୋଟ ଗ୍ରହଣ ପ୍ରସ୍ତୁତି ଶେଷ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ପୌର ପରିଷଦ ନିର୍ବାଚନ ପାଇଁ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଭୋଟ କାର୍ଯ୍ୟ ପରିଚାଳନା ପାଇଁ ପୋଲିଂ ଅଧିକାରୀ ଓ ତାଙ୍କ ଦଳ ବୁଥ ଗୁଡିକରେ ପହଞ୍ଚି ଥିବା ବେଳେ ଆସନ୍ତାକାଲି ସକାଳ ୭ଟାରୁ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଚାଲିବ । ଏଥିପାଇଁ ଜିଲ୍ଲାର ଗୋଟିଏ ମ୍ୟୁନିସିପାଲଟି ଓ ତିନୋଟି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ୧୨୧ଟି ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟ ଗ୍ରହଣ କରାଯିବ । ବରଗଡ଼ ମ୍ୟୁନିସିପାଲଟିରେ ୭୪ଟି ବୁଥ ରହିଛି । ସେଥି ମଧ୍ୟରୁ ୨୨ଟି ସଂବେଦନଶୀଳ ଏବଂ ୪ ଅତି ସଂବେଦନଶୀଳ ବୁଥ ରହିଛି । ସେହିପରି ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୧୧ଟି ବୁଥ ରହିଛି । ସେଥି ମଧ୍ୟରୁ ୫ଟି ସଂବେଦନଶୀଳ ଅଟେ । ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୯ ଟି । ବୁଥ ଏବଂ ୮ଟି ସଂବେଦନଶୀଳ ବୁଥ ରହିଛି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୭ ଭୋଟ ଗ୍ରହଣ କେନ୍ଦ୍ରରୁ ୮ଟି ସଂବେଦନଶୀଳ ବୁଥ ରହିଛି । ଏଥିପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

two × one =

error: Content is protected !!