pakka

ଆଦିବାସୀଙ୍କ ସଂରକ୍ଷଣ ଦାବୀକୁ ନେଇ ୧୪ଟି ପଞ୍ଚାୟତରେ ପଡ଼ିଛି ତାଲା : ଦିନକ ପରେ ପ୍ରାର୍ଥୀ ପତ୍ର ଦାଖଲ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦିନକ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ । ହେଲେ ଦେଓଗାଁ ବ୍ଳକ‌ର ବିଭିନ୍ନ ପଞ୍ଚାୟତରେ ଆଦିବାସୀମାନଙ୍କ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷ ପଦବୀରେ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଦେଓଗାଁ ବ୍ଳକରେ ଗତ ୪ ତାରିଖରୁ ବ୍ଳକ କାର୍ଯ୍ୟାଳୟରେ ପ୍ରଥମେ ବିକ୍ଷୋଭ କରି ପଞ୍ଚାୟତମାନଙ୍କୁ ତାଲା ପକାଇ ବିରୋଧ ଆରମ୍ଭ କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବିଭିନ୍ନ ପଞ୍ଚାୟତରେ ତାଲା ଦିଆଯାଇଛି । ଯଦି ଆସନ୍ତା ୧୬ ତାରିଖ ସୁଦ୍ଧା ପଞ୍ଚାୟତ କାର୍ଯ୍ୟକ୍ଷମ ନ ହେବ କେଉଁଠାରେ ସରପଞ୍ଚ ଓ ୱାର୍ଡ଼ ସଭ୍ୟମାନେ ପ୍ରାର୍ଥୀ ପତ୍ର କିଣିବେ ବା ଦାଖଲ କରିବେ ତାହାକୁ ନେଇ ଦେଓଗାଁ ବ୍ଳକରେ ଆଲୋଚନା ଜୋର୍ ଧରୁଛି । ଦେଓଗାଁ ବ୍ଳକର ମୋଟ ୧୧ଟି ପଞ୍ଚାୟତ ଯଥା ହାତୀସରା, କୁତୁର୍ଲା, ଗାଈବାହାଲ, ଦେଷଣ୍ଢ, ସିଂହାମୁଣ୍ଡା, ରାମଚନ୍ଦ୍ରପୁର, କୁଳୁତାପଡ଼ା, ଗୌଡ଼ଗୋଠ, ବଡ଼ବହାଲ, ଘୁଡ଼ଖାପଲା, ସାଲେପାଲି, ମକୁନ୍ଦପୁର, ଡୁମ୍ବେରପିଟା ପଞ୍ଚାୟତରେ ତାଲା ଦିଆଯାଇଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

five × four =