pakka

ବନ୍ଧପଡ଼ା ହାଇସ୍କୁଲରେ ଶହେ ଶଯ୍ୟା ବିଶିଷ୍ଠ ହଷ୍ଟେଲ ଗୃହ ନିର୍ମାଣରେ ନିମ୍ନମାନର କାମ ଯୋଗୁଁ ବଢ଼ୁଛି ଅସନ୍ତୋଷ : କାମର ମାନ ଯୋଗୁଁ ଦାୟିତ୍ୱ ନେଉ ନାହାନ୍ତି ପ୍ରଧାନ ଶିକ୍ଷକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ବନ୍ଧପଡ଼ା ହାଇସ୍କୁଲରେ ଶହେ ଶଯ୍ୟା ବିଶିଷ୍ଠ ହଷ୍ଟେଲ ଗୃହ ନିର୍ମାଣରେ ନିମ୍ନମାନର କାମ ଯୋଗୁଁ ଜନ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଦେଓଗାଁ ବ୍ଲକର ବନ୍ଧପଡ଼ା ହାଇସ୍କୁଲ ଅତି ପୁରାତନ । ବନ୍ଧପଡ଼ା ଦେଓଗାଁ ବ୍ଲକର ପଶ୍ଚିମାଞ୍ଚଳରେ ଥିବା ପ୍ରାୟ ୮ଟି ପଞ୍ଚାୟତର ମୁଖ୍ୟ କେନ୍ଦ୍ରସ୍ଥଳ ସହ ବଣ ଜଙ୍ଗଲ ଘେରା ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମୁଖ୍ୟକେନ୍ଦ୍ର । ଏହି ବନ୍ଧପଡ଼ା ହାଇସ୍କୁଲରେ ଅଧ୍ୟୟନ କରୁଥିବା ଛାତ୍ରୀମାନେ ଏଠି ରହି ପାଠ ପଢ଼ିବାର ସୁବିଧା ପାଇବେ ବୋଲି ରାଜ୍ୟ ସରକାର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଶହେ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ଶେଷ ହୋଇଛି । ହେଲେ କୋଠାର ଦାୟିତ୍ୱ ନେଉ ନାହାନ୍ତି ବନ୍ଧପଡ଼ା ହାଇସ୍କୁଲର ପ୍ରଧାନ ଶିକ୍ଷକ ଜିତେନ୍ଦ୍ର ପଧାନ ବୋଲି ଅଭିଯୋଗ ହୋଇଛି । ଏହାର କାରଣ ବିଷୟରେ ପଚାରିଲେ କାମ ଅତି ନିମ୍ନମାନର । ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ଓ ଶିକ୍ଷା ବିଭାଗର ଅଧିକାରୀଙ୍କୁ ଅବଗତ କରାଯାଇଛି । ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା କୋଠାର ଚଟାଣ କାମ ଅତି ନିମ୍ନମାନର । ଯଦିଓ ଟାଇଲର୍ସ କାମ କରାଯାଇ ନାହିଁ କି ବଜେଟରେ ଟାଇଲସ ନାହିଁ ସିମେଣ୍ଟକୁ ମାଡି ଦେଲେ ଶବ୍ଦ ହେଉଛି । ଅନ୍ୟ ପକ୍ଷରେ ଲକ୍ଷ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିବା ଓ ଛାତ୍ରଛାତ୍ରୀଙ୍କ ରହିବା ପାଇଁ କରାଯାଇଥିବା କୋଠାରେ ବାଡ଼ ନାହିଁ କି ଯିବା ପାଇଁ ରାସ୍ତା ନାହିଁ । ଗତ ୪ ବର୍ଷ ଆଗରୁ କାମ ଆରମ୍ଭ ହୋଇଥିଲେ ମଧ୍ୟ ଉନ୍ନତମାନର କାମ ନୁହେଁ ବୋଲି ମତ ରଖିଛନ୍ତି ।

jay balangir
Leave A Reply

Your email address will not be published.

4 × 2 =

error: Content is protected !!