pakka

ଡୁମାଲ ପରିଷଦ ସହରାଞ୍ଚଳ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ସମୟରେ ଶାନ୍ତିପଡା ଦୁର୍ଗା ମଣ୍ଡପଠାରେ ସଞ୍ଜୟ ମହାକୁରଙ୍କ ସଭାପତିତ୍ୱରେ ଡୁମାଲ ପରିଷଦ ସହରାଞ୍ଚଳ ବଲାଙ୍ଗିରର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ସଂପାଦକ ମଲିଆ ଗଡୁଆ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ ଓ ତାହା ଠିକ୍‌ ଥିବାରୁ ସଭାରେ ଏହାର ଦୃଢିକରଣ କରାଗଲା । ଆସନ୍ତା ମାସରେ ହେବାକୁ ଥିବା ପରିଷଦର ସାଧାରଣ ବୈଠକ ସମ୍ବନ୍ଧରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା ଏବଂ ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଅନୁଷ୍ଠିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ଆଗାମୀ ବୈଠକରେ ମେଧାବୀ ଛାତ୍ର/ଛାତ୍ରୀମାନଙ୍କୁ ସମ୍ମାନିତ କରିବା ପାଇଁ ନିଷ୍ପତି ନିଆଗଲା । ବୈଠକରେ ସମ୍ପାଦକ ଶ୍ରୀ ଗଡୁଆ ଆୟ ବ୍ୟୟର ବିବରଣୀ ଉପସ୍ଥାପନ କରିଥିଲେ । ଡୁମାଲ ପରିବାରର ସର୍ଭେକାମ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟେକ କାର୍ଯ୍ୟକାରିଣୀ ସଭ୍ୟମାନଙ୍କୁ ଦାୟିତ୍ୱ ଅର୍ପଣ କରାଗଲା । ଆଜିକାର ବୈଠକରେ ସଭାପତି, ସମ୍ପାଦକଙ୍କ ସମେତ ଉପସଭାପତି ଜୀବନ କରନ ଓ ବୃନ୍ଦାବନ ମହାକୁର, ଯୁଗ୍ମ ସଂପାଦକ ଭରତ ମହାକୁର, କାର୍ଯ୍ୟକାରିଣୀ ସଭ୍ୟ ଦୀନବନ୍ଧୁ ଡାଙ୍ଗ, ଭୋନାଥ ଗୁରହାଣ୍ଡି, ପଲଉ ଚାଉଲିଆ ଏବଂ ମାହେଶ୍ୱରୀ ସେନାର ସୁରେଶ ଚନ୍ଦ୍ର କମ୍ପ, ପାର୍ଥ କୁମାର କର୍ଣ୍ଣ ଉପସ୍ଥିତ ରହି ସଭାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଶେଷରେ ବୃନ୍ଦାବନ ମହାକୁର ସମସ୍ତ ସଭ୍ୟବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

sixteen + 20 =

error: Content is protected !!