ବଲାଙ୍ଗିର ଜିଲ୍ଲା ମଧୁବୈଶ୍ୟ/ଗୁଡିଆ ସମାଜର ନୂତନ କର୍ମକର୍ତ୍ତା ପୁର୍ନଗଠନ

  • ତ୍ରିନାଥ ସରାଫ ସଭାପତି ଓ ଜୟକୃଷ୍ଣ ସାହୁ ସଂପାଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗଣେଶ ମନ୍ଦିରଠାରେ ନିଖିଳ ଉତ୍କଳ ମଧୁବୈଶ୍ୟ/ଗୁଡିଆ ସମାଜ, ବଲାଙ୍ଗିର ଜିଲ୍ଲା ଶାଖାର ଏକ ସାଧାରଣ ବୈଠକ ରାଜ୍ୟ ଉପସଭାପତି ତ୍ରିନାଥ ସରାଫଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କମିଟି ସର୍ବ ସମ୍ମତିକ୍ରମେ ପୁର୍ନଗଠନ କରାଯାଇ ରାଜ୍ୟ ସଭାପତିଙ୍କ ଅନୁମୋଦନ ପାଇଁ ପ୍ରେରଣ କରାଯାଇଛି । ଏଥିରେ ଜିଲ୍ଲା ସଭାପତି ତ୍ରିନାଥ ସରାଫ, ଉପସଭାପତି ଦେବଦତ୍ତ ସରାଫ, ଛେଲିଆ ସାହୁ, ଆଶିଷ କୁମାର ସାହୁ, ଗୋବର୍ଦ୍ଧନ ସାହୁ, ଜିଲ୍ଲା ସାଧାରଣ ସଂପାଦକ ଜୟକୃଷ୍ଣ ସାହୁ, ସହସଂପାଦକ ଦିବ୍ୟସିଂ ସାହୁ ଓ ଭଗବାନ ସରାଫ, କାର୍ଯ୍ୟକାରୀ ସଭାପତି ରୂପେ ପ୍ରକାଶ ଚନ୍ଦ୍ର ଚୋପଦାର, ନରେନ୍ଦ୍ର କୁମାର ସାହୁ (ଗୁଣ୍ଡା) ତଥା ପ୍ରତ୍ୟେକ ବ୍ଲକରୁ ସଦସ୍ୟଙ୍କ ନାମ ମନୋନୟନ କରାଯାଇଥିଲା । ଏଥିରେ ପୌରାଞ୍ଚଳ କମିଟି ମଧ୍ୟ ପୁର୍ନଗଠନ ହୋଇଥିଲା ଏଥିରେ ସଭାପତି ଅନୁପ ଚୋପଦାର, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ଗୁପ୍ତା, ଉପସଭାପତି ବିଶ୍ୱଜିତ ସାହୁ, ସଂପାଦକ ରମେଶ ଚନ୍ଦ୍ର ସାହୁ, ସହ ସଂପାଦକ ଶତୃଜିତ ସାହୁ ତଥା ପ୍ରତି ୱାର୍ଡରୁ ସଦସ୍ୟମାନଙ୍କୁ ମନୋନୀତ କରି ରାଜ୍ୟ ସଭାପତିଙ୍କ ଅନୁମୋଦନ ପାଇଁ ପଠାଗଲା । ଉକ୍ତ ସଭାରେ ପୂର୍ବ ଜିଲ୍ଲା ସଭାପତି ମନୋରଂଜନ ସାହୁ ଓ ସଂପାଦକ ଜୟକୃଷ୍ଣ ସାହୁ ତାଙ୍କ ବିଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ସୁଶାନ୍ତ ଚୋପଦାର ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.