pakka

ଅଲଣ୍ଡା ଚୌଦ୍ୱାର ମହିମା ଆଶ୍ରମରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ

bbehera

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଅଲଣ୍ଡା ଗ୍ରାମସ୍ଥିତ ଚୌଦ୍ୱାର ମହିମା ଆଶ୍ରମରେ ବୃକ୍ଷ ରୋପଣ ସହ ସଚେତନତା କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ତଥା ପରିବେଶ ପ୍ରେମୀ ସାଇପ୍ରସାଦ ସାହୁଙ୍କ ନେତୃତ୍ୱରେ ଆଶ୍ରମ ପରିସରରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଛି । ଅତିଥି ଭାବେ ଆଶ୍ରମର ମୁଖ୍ୟ ସାଧୁ ପରମାନନ୍ଦ ଦାସ ଯୋଗ ଦେଇଥିଲେ । ଆଶ୍ରମର ଚାରିପାଖରେ ଫଳ ଉତ୍ପାଦନକାରୀ ବୃକ୍ଷ ଆମ୍ବ, ପଣସ, କାଜୁ, ଅଁଳା ଆଦି ବିଭିନ୍ନ ପ୍ରଜାତିର ବୃକ୍ଷ ତଥା ଔଷଧୀୟ ଗଛ ଅନେକ ପ୍ରକାରର ଲଗାଯାଇଛି । ଏହି କାର୍ଯ୍ୟକ୍ରମରେ ପଣ୍ଡରିପାଣି ଗ୍ରାମର ଚୁଡାମଣି ଗହିର ସହ ଆଶ୍ରମର ସାଧୁ ଇନ୍ଦ୍ରମଣି ଦାସ, ଭକ୍ତ ବିଷ୍ଣୁ ରଣା, ଭକ୍ତ କୁଶଲ ରଣା, ସୋମନାଥ ତ୍ୟାଗୀ ପ୍ରମୁଖ ଉପସ୍ଥିତ ରହି ଚାରା ରୋପଣ କରିଥିଲେ ।

Leave A Reply

Your email address will not be published.

7 − 1 =