pakka

ରାଜ୍ୟସଭା ସାଂସଦଙ୍କ ହସ୍ତକ୍ଷେପ ପରେ ପାଟଣାଗଡ଼ ଓ ଘସିଏନରେ ଡାକ୍ତର ନିଯୁକ୍ତି

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଡାକ୍ତରଖାନାକୁ ଉପଖଣ୍ଡ ତଥା ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ରୋଗୀମାନେ ଆସି ଚିକିତ୍ସିତ ହେଉଛନ୍ତି, କିନ୍ତୁ ଏଠାରେ ବିଭିନ୍ନ ସମସ୍ୟା ସହ ଡାକ୍ତର ସମସ୍ୟା ମଧ୍ୟ ନଜିର ରହିଛି । ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ବିଗତ ତା.୨୨.୦୮.୨୨ରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ପାଟଣାଗଡ଼ ଡ଼ାକ୍ତରଖାନାକୁ ଅଚାନକ ପରିଦର୍ଶନ କରିଥିଲେ ଓ ପରେ ଗତ ତା.୨୭.୦୮.୨୨ରେ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ମଧ୍ୟ ଅଚାନକ ପରିଦର୍ଶନରେ ଯାଇଥିଲେ ଓ ଡ଼ାକ୍ତରଖାନାର କୁତ୍ରିମ ଅବହେଳା ଦେଖି କ୍ଷୋଭ ପ୍ରକାଶ ସହ ଡାକ୍ତରମାନଙ୍କୁ ତାଗିତ କରିଥିଲେ । ରୋଗୀମାନଙ୍କ ସହିତ ଡାକ୍ତରଖାନାରେ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ । ରୋଗୀମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ । ରୋଗୀ ଓ ରୋଗୀ ପରିଜନମାନେ ଡ଼ାକ୍ତରଖାନା ବିଭିନ୍ନ ସମସ୍ୟା ସମ୍ପର୍କରେ ସାଂସଦଙ୍କୁ ଅବଗତ କରାଇଥିଲେ । ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି କରିବା ପାଇଁ ଅନୁରୋଧ କରିଥିଲେ । ଜନସାଧାରଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ଗୁରୁତ୍ୱ ଦେଇ ତାର ସମାଧାନ ପାଇଁ ସାଂସଦ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କୁ ଚିଠି ଲେଖି ଡ଼ାକ୍ତରଖାନାର ଡାକ୍ତର ନିଯୁକ୍ତି ତଥା ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସାଂସଦଙ୍କ ଅନୁରୋଧକୁ ରକ୍ଷା କରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପତ୍ର ସଂଖ୍ୟା-୨୦୦୩୪ ତା.୧୨.୦୯.୨୨ ଅନୁସାରେ ପାଟଣାଗଡ଼ ଡ଼ାକ୍ତରଖାନାରେ ଚକ୍ଷୁ ବିଶେଷଜ୍ଞ ଜୟନ୍ତ ସେଠଙ୍କୁ ଓ ଘସିଏନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ରୋଗ ବିଶେଷଜ୍ଞ ବିଚିତ୍ରା ନନ୍ଦ ସାଙ୍କୁ ନିଯୁକ୍ତି ଦିଆଯାଇଛି । ଉଭୟ ଡ଼ାକ୍ତରଖାନାରେ ଡାକ୍ତର ନିଯୁକ୍ତି ହୋଇଥିବାରୁ ଜନସାଧାରଣ ସାଂସଦଙ୍କୁ କୃତଜ୍ଞତା ଜଣାଇବା ସହ ଏହି ମହତ ଉଦ୍ୟମକୁ ଅଞ୍ଚଳରେ ଭୁରି ଭୁରି ପ୍ରଶଂସା କରୁଛନ୍ତି ଓ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.

13 − 5 =