jsm

ବରଗଡ ଜିଲ୍ଲା ବିଜେପି ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା ସଭାପତି ଭାବେ ପରେଶ ବିଶି ନିଯୁକ୍ତ

csstore

ବରଗଡ, (ନିରୋଜ କୁମାର ପାଣୀ) : ବିଜେପି ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀଙ୍କ ଅନୁମୋଦନ କ୍ରମେ, ବିଜେପି ରାଜ୍ୟ ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ସୁରଥ ବିଶ୍ଵାଳ ବରଗଡ ଜିଲ୍ଲା ବିଜେପି ପଛୁଆ ବର୍ଗ ମୋର୍ଚ୍ଚା ସଭାପତି ଭାବେ ବରିଷ୍ଠ ବିଜେପି ନେତା ପରେଶ ବିଶିଙ୍କୁ ନିଯୁକ୍ତ କରିଛନ୍ତି । ଶ୍ରୀ ବିଶି ବିଜେପିର ବିଭିନ୍ନ ସାଙ୍ଗଠନିକ ଦାୟିତ୍ୱ ସୁଚାରୁ ରୂପେ ତୁଲାଇବା ସହିତ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ସହିତ ଜଡିତ ଥିବା ବେଳେ ବରଗଡ ଜିଲ୍ଲା କୁଲତା ସମାଜର ସେ ଜଣେ ବରିଷ୍ଠ ନେତା ଅଟନ୍ତି । ଶ୍ରୀ ବିଶିଙ୍କ ନେତୃତ୍ୱରେ ଆଗାମୀ ଦିନରେ ଜିଲ୍ଲାରେ ବିଜେପି ପଛୁଆ ବର୍ଗ ମୋର୍ଚ୍ଚା ଆହୁରି ସୁଦୃଢ଼ ହେବ ବୋଲି ଜିଲ୍ଲାର ବରିଷ୍ଠ ବିଜେପି ନେତା ଡ଼.ଅରୂପାନନ୍ଦ ସାହୁ, ସନତ ଗଡତିଆ, ସୌରୀ ଚରଣ ବାରିକ, ମୁକ୍ତା ସାହୁ, ସୁରେଶ୍ୱର ଶତପଥି, ରବି ନାରାୟଣ ଦାଶ, ଅଶୋକ କୁମାର ପଣ୍ଡା, ପ୍ରିତମ ସିଂ, ସରୋଜ ପାଣିଗ୍ରାହୀ, କୁଶ କୁମ୍ଭାର, ଅନୁରାଧା ଅଗ୍ରୱାଲ, ଅକୁର ମଲ୍ଲିକ, ସୁଶାନ୍ତ ମିଶ୍ର, ଗୁନାରୁ ପଧାନ, ଅବନୀକାନ୍ତ ପଣ୍ଡା, ସୁବ୍ରତ ହୋତା, ପ୍ରତାପ ପଧାନ ତଥା ଅନ୍ୟାନ୍ୟ ବହୁ ନେତୃବୃନ୍ଦ ଆଶା କରିବା ସହିତ ଶ୍ରୀ ବିଶିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

yuvodaya
Leave A Reply

Your email address will not be published.