jsm

‘ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା’ କାର୍ଯ୍ୟକ୍ରମ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜବୋଡାସମ୍ବର ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟରେ “ସୁରକ୍ଷିତ ଭବିଷ୍ୟତ ପାଇଁ ଗଛଟିଏ ଲଗାଇବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସଭାରେ ରାଜ ବୋଡାସମ୍ବର ବ୍ଲକ୍ ଶିକ୍ଷା ଅଧିକାରୀ କାଳୀଚରଣ ଦୁବେ ସଭାପତିତ୍ୱ କରିଥିଲେ । ପ୍ରକୃତି ବନ୍ଧୁ ମୀନକେତନ ସାହୁ ମୁଖ୍ୟ ଅତିଥି, ଧର୍ମ କୁମାର ଶତପଥୀ ପ୍ରଧାନ ଶିକ୍ଷକ ରାଜ ବୋଡାସମ୍ବର ହାଇସ୍କୁଲ ମୁଖ୍ୟବକ୍ତା, ବିପିନ ବିହାରୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଜୀବଜଗତର ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ସଂରକ୍ଷଣର ଆବଶ୍ୟକତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଇକୋ କ୍ଳବ ଇନ୍ ଚାର୍ଜ ଉଗ୍ରସେନ ପଧାନ ପରିବେଶ ସୁରକ୍ଷା ଦିଗରେ ବୃକ୍ଷର ଅବଦାନ ସଂପର୍କରେ ନିଜ ମତ ପ୍ରକାଶ କରିଥିଲେ । ସଭାପତି ଦୁବେ ବିଶ୍ଵ ଉତ୍ତାପନ ହ୍ରାସ ନିମନ୍ତେ ପ୍ରତ୍ୟେକ ଗ୍ରାମରେ ବୃକ୍ଷ ରୋପଣ ଓ ସଂରକ୍ଷଣ କରି ସବୁଜ ବଳୟ ସୃଷ୍ଟି କରିବା ପାଇଁ ଆହ୍ୱାନ ଦେଇଥିଲେ । ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅଁଳା ଚାରା ପ୍ରଦାନ କରାଯାଇଥିଲା ଓ ନିଜ ଜାଗାରେ ବୃକ୍ଷ ରୋପଣ କରି ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରଧାନ ଶିକ୍ଷକ ଜିତେନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏବିଇଓ ବିପିନବିହାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କମଧ୍ୟରେ ଅଶୋକ ପଧାନ, ଧରମ କୁମାର ବେହେରା, ସୁଶୀଳ ବରିହା, ଆର୍ ସୁନୀତା, ଲୁପ୍ତ ପ୍ରଭା ଅଢା, ମୀନାକ୍ଷୀ ବରିହା, ବିଶ୍ୱଜିତ ଟପନୋ, ଅନ୍ନପୂର୍ଣ୍ଣା କର, ସଂଯୁକ୍ତା ସାହୁ, ରୋଶନ ସାହୁ, ବିରେନ୍ଦ୍ର ସିଙ୍ଗ ସିଦାର ପ୍ରମୁଖ ଅଂଶଗ୍ରହଣ କରି ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।

yuvodaya
Leave A Reply

Your email address will not be published.