ନିଜ ଗୋଡ଼ରେ ନିଜେ ଠିଆ ହେବାର ଆବଶ୍ୟକତା ରହିଛି : ମନ୍ତ୍ରୀ ଟୁକୁନୀ

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଆଜି ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଉଦ୍‌ଯାପନୀ ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ତମ ଛାତ୍ରଛାତ୍ରୀ ହେବା ପାଇଁ ଇଚ୍ଛା ଶକ୍ତି ରହିବା ଆବଶ୍ୟକ ଏବଂ ନିଜ ଗୋଡ଼ରେ ନିଜେ ଠିଆ ହେବାର ସ୍ୱପ୍ନକୁ ପୂରଣ କରନ୍ତି । ପ୍ରଥମ ଗୁରୁ ବାପା ମାଆ ତେଣୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବର୍ତ୍ତନ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ମତବ୍ୟକ୍ତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଦୀପ କୁମାର ପାତ୍ର, ରାଜନୀତି ଅଧ୍ୟାପକ ମୋହନ ଚରଣ ବାଗ, ନାରାୟଣ ବୁଡ଼େକ, ଅମିତାଭ କୁମାର ପୁଟେଲ, ସୁକୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ । କାର୍ଯ୍ୟକ୍ରମକୁ ଅମିତାଭ କୁମାର ପୁଟେଲ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରୁ ସରୋଜ ରଣା, ଶତୃଘନ ଗହୀର, ସାଧୁ ରଣା, ବିଷ୍ଣୁ ଭୋଇ, ନିରଞ୍ଜନ ରଣା ପ୍ରମୁଖ ସହଯୋଗ କରିଥିଲେ । କଲେଜର ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମ ଭାବ ନେଇଥିବା ବେଳେ ବିଜୟତାଙ୍କୁ ମନ୍ତ୍ରୀ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶେଷରେ ନିରାକାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

13 + 8 =