jsm

କୋରାପୁଟରୁ ଗଡିବ ଲକ୍ଷ୍ମୀ ବସ୍

csstore

କୋରାପୁଟ : ଆଜି କୋରାପୁଟ ଜିଲ୍ଲାରେ ଲକ୍ଷ୍ମୀ ବସ ଗଡିବ । ଏହାର ଶୁଭାରମ୍ଭ ସମାରୋହ ଲାଣ୍ଡିଗୁଡ଼ାସ୍ଥିତ ସରକାରୀ ମହାବିଦ୍ୟାଳୟ ପଡିଆରେ ଆୟୋଜନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ଉଦ୍‌ଘାଟନ କରିବେ ।ଏହି ବସ୍‌ ଶୁଭାରମ୍ଭ ଉତ୍ସବରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ରାଜ୍ୟ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢ଼ୀ, ଦୀପ୍ତେଶ ପଟ୍ଟନାୟକ, ବିଭାଗୀୟ ସଚିବ ଅମିତାଭ ଠାକୁରଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ବିଜେଡି ଜିଲ୍ଲା ସଭାପତି ଝିନ ହିକ୍‌କା, କୋରାପୁଟ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ପଦସ୍ଥ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହିବେ। କୋରାପୁଟ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ୪୩ ଟି ବସ ହେବ ଶୁଭାରମ୍ଭ । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲେ ଗ୍ରାମାଞ୍ଚଳ ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀମାନେ ବେଶ ଉପକୃତ ହେବେ।

yuvodaya
Leave A Reply

Your email address will not be published.