ରକ୍ତଦାନ କରି ଜନ୍ମଦିନ ପାଳିଲେ ସୁଜାତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଷ୍ଣୁମୁଣ୍ଡା ନିବାସୀ ବିଧାନ ଚନ୍ଦ୍ର ନାଏକଙ୍କ ଜ୍ୟେଷ୍ଠା କନ୍ୟା ତଥା ସରଗାଡ ନିବାସୀ ସୁମନ୍ତ ସାଏ ପଟେଲଙ୍କ ଧର୍ମପତ୍ନୀ ସୁଜାତା ନାଏକ ଏକ ନିଆରା ଢଙ୍ଗରେ ତାଙ୍କର ୩୯ତମ ଜନ୍ମ ବାର୍ଷିକ ପାଳନ କରିଛନ୍ତି । ସେ ସ୍ୱଇଚ୍ଛାରେ ବଲାଙ୍ଗିର ଭୀମଭୋଇ ମେଡିକାଲ ରକ୍ତଭଣ୍ଡାରକୁ ଯାଇ ରକ୍ତଦାନ କରି ଏକ ନିଆରା ସନ୍ଦେଶ ସମାଜକୁ ଦେଇଛନ୍ତି । ସେ ତାଙ୍କ ବାର୍ତ୍ତାରେ ଅନ୍ୟମାନଙ୍କ ପାଇଁ କହିଛନ୍ତି- ‘ମୋର ବିନ୍ଦୁଏ ରକ୍ତ ଯଦି ଅନ୍ୟ କାହାର ଜୀବନ ବଂଚିବା ପାଇଁ ସାହାଯ୍ୟ କରେ ତେବେ ମୁଁ ଧନ୍ୟ ହେବି ।’ ଏହି କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକ, ରଂଜିତ ମିଶ୍ର, ବାରଣ ଭୁୟାଁ, ସୁରେନ୍ଦ୍ର ନାଏକ, ପୂର୍ବତନ ଉପ-ନଗରପାଳ ସଦାନନ୍ଦ ନାଏକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 + sixteen =