pakka

ନିଆଁରେ ପୋଡି ହୋଇ ବୃଦ୍ଧ ଗୁରୁତର

bbehera

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ରାଇଘାଟି ଗାଁରେ ନିଆଁରେ ପୋଡି ହୋଇଗଲେ ବୃଦ୍ଧ । ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗୁରୁତର ବୃଦ୍ଧଙ୍କର ମେଡିକାଲରେ ଚିକିତ୍ସା ଚାଲିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସୋସୋ ଥାନା ରାଇଘାଟି ଗାଁର ଜଣେ ବୃଦ୍ଧ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଲଗାଇ ଶୋଇଥିଲେ । ଏହି ସମୟରେ ଅଚାନକ ବୃଦ୍ଧଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ଫଳରେ ବୃଦ୍ଧ ଜଣଙ୍କ ଗୁରୁତର ହୋଇଛନ୍ତି । ସୋମବାର ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁତର ବୃଦ୍ଧ ହେଉଛନ୍ତି ସଦାନନ୍ଦ ବିନ୍ଧାଣୀ ।

ସଦାନନ୍ଦଙ୍କୁ ପ୍ରଥମେ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି ।

jay balangir
Leave A Reply

Your email address will not be published.

4 × 2 =

error: Content is protected !!