pr

ସଇଁନ୍ତଲାରେ ନୂତନ ବିଇଓ ଭାବରେ ଯୋଗଦେଲେ ଗୋବର୍ଦ୍ଧନ ଭୋଇ

dr. purohit

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ଆଜି ନୂତନ ବିଇଓ ଭାବରେ ଗୋବର୍ଦ୍ଧନ ଭୋଇ ଯୋଗ ଦେଇଥିବା ବେଳେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ମହଲରେ ଉତ୍ସାହିତ ଦେଖିବାକୁ ମିଳିଛି । ଶ୍ରୀ ଭୋଇ ପୂର୍ବରୁ ସେ ଫୁଲବାଣୀ ଜିଲ୍ଲା ସଦର ମହକୁମା କାର୍ୟ୍ୟଳୟରେ ଥିଲେ । ଏଠାରେ ସେ ଯୋଗଦାନ କରିବା ପରେ ବ୍ଲକର ଶିକ୍ଷକ ସଂଘ ପକ୍ଷରୁ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ଶିକ୍ଷକ ସଂଘର ସଭାପତି ପ୍ରତାପ ନନ୍ଦ ଓ ତପନ ବେହେରା ସମ୍ବର୍ଦ୍ଧନା ଦେଇଥିଲେ । ସଇଁନ୍ତଲା ଦ୍ୱାୟିତ୍ୱରେ ଥିବା ଟିଟିଲାଗଡ ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ଆର୍ତତ୍ରାଣ ରଥ ପ୍ରମୁଖ ମଚାଂସିନ ଥିବା ବେଳେ ସିଆରସିସି ଉଦୟ ବାଗ, ନାରାୟଣ ଜାଲ, ହରେକୃଷ୍ଣ ନାଗ, ସଇଁନ୍ତଲା ବ୍ଲକ ସଂଯୋଜିକା ରଞ୍ଜିତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.