ରେଙ୍ଗାଲିଠାରେ ଜେଏମଏଫସି ଅଦାଲତ ଖୋଲିବାର ପ୍ରସ୍ତାବ

ସମ୍ବଲପୁର(ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ରେଙ୍ଗାଲିଠାରେ ନୂଆ ସିଭିଲ ଜଜ (ଜୁନିଅର ଡିଭିଜନ) ତଥା ଜେଏମଏଫସି ଅଦାଲତ ଖୋଲିବାର ପ୍ରସ୍ତାବ ରହିଛି । ହାଇକୋର୍ଟ ଏ ସମ୍ପର୍କରେ ରେଙ୍ଗାଲିରେ ଥିବା ବିଭିନ୍ନ ବ୍ୟବସ୍ଥା ପ୍ରସଙ୍ଗରେ ଯଥାଶୀଘ୍ର ସବିଶେଷ ତଥ୍ୟ ଦାଖଲ ପାଇଁ ସମ୍ବଲପୁର ଜିଲ୍ଲା ଓ ଦୌରା ଜଜଙ୍କୁ ନିର୍ଦେଶ ଦେଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ରେଙ୍ଗାଲି ଏକ ଶିଳ୍ପବହୁଳ ଅଂଚଳ ହୋଇଥିବାରୁ  ଅପରାଧପ୍ରବଣ ଅଂଚଳ ଭାବେ ପରିଚିତ ଓ ବହୁ ଶିଳ୍ପ ବିବାଦ ମଧ୍ୟ ରହିଛି, ଏହି କୋର୍ଟ ପ୍ରତିଷ୍ଠା ଦ୍ୱାରା ନ୍ୟାୟବ୍ୟବସ୍ଥା ଲୋକଙ୍କ ନିକଟତର ହୋଇ ପାରିବ ବୋଲି ବିଶ୍ୱାସ ରହିଛି ।

Leave A Reply

Your email address will not be published.