pakka

ଗୋଟିଏ ଦିନରେ ୭,୧୯,୩୬୪ ନମୁନା ପରୀକ୍ଷା କରି ନୂତନ ଶିଖର ଛୁଇଁଛି ଭାରତ

bbehera

• ଏବେ ସମୁଦାୟ ପରୀକ୍ଷଣ ସଂଖ୍ୟା ୨,୪୧,୦୬,୫୩୫

ଗୋଟିଏ ଦିନରେ ୭ ଲକ୍ଷରୁ ଅଧିକ ପରୀକ୍ଷା କରି ଭାରତ ଏକ ସଫଳତାର ଶୀର୍ଷରେ ପହଞ୍ଚିଛି । ଗତ କିଛି ଦିନ ଧରି ୬ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରୁଥିବା ଭାରତ ଗତକାଲି ୨୪ ଘଣ୍ଟା ମଧ୍ୟରେ ୭,୧୯,୩୬୪ ନମୁନା ପରୀକ୍ଷା କରିଛି ।
ଏହିଭଳି ଦୈନିକ ଅଧିକ ପରୀକ୍ଷା ଯୋଗୁଁ ପଜିଟିଭ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ତେବେ ରାଜ୍ୟଗୁଡିକୁ ବିସ୍ତୃତ ଚିହ୍ନଟ, ଶୀଘ୍ର ଏକାନ୍ତବାସ ଓ ଉତ୍ତମ ଚିକିତ୍ସା ପ୍ରଦାନ କରି ପରୀକ୍ଷା, ଚିହ୍ନଟ ଓ ଚିକିତ୍ସାର କେନ୍ଦ୍ରୀୟ ରଣନୀତିକୁ ଅନୁସରଣ କରିବାକୁ କୁହାଯାଇଛି । ଯେଉଁ ରାଜ୍ୟଗୁଡିକରେ ମୃତ୍ୟୁହାର ଅଧିକ ବୃଦ୍ଧି ପାଉଛି, ସେମାନଙ୍କ ସହିତ ପୂର୍ବରୁ ବୈଠକ କରାଯାଇ ଏହା ସୁଧାରିବାକୁ ପରାମର୍ଶ ଦିଆଯାଇଛି ।
ଏହିପରି ରଣନୀତି ଯୋଗୁଁ ସଫଳତା ହାସଲ ହେବା ସହ ସୁସ୍ଥତା ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ଗୋଟିଏ ଦିନରେ ସର୍ବାଧିକ ୫୩,୮୭୯ ଜଣ କରୋନାରୁ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏହା ସକ୍ରିୟ ରୋଗୀ ସଂଖ୍ୟା ୬,୨୮,୭୪୭ର ଦୁଇଗୁଣରୁ ଅଧିକ ହୋଇପାରିଛି । ସକ୍ରିୟ ମାମଲା ତୁଳନାରେ ଆରୋଗ୍ୟ ହାର ୨.୩୬ ଗୁଣ ଅହିକ ହୋଇଛି । ସକ୍ରିୟ ରୋଗୀମାନେ ହସ୍ପିଟାଲ କିମ୍ବା ଘରୋଇ ଏକାନ୍ତବାସରେ ଚିକିତ୍ସିତ ହେଉଛନ୍ତି । ଅଧିକ ରୋଗୀ ସୁସ୍ଥ ହେଉଥିବାରୁ ଏହି ହାର ବୃଦ୍ଧି ପାଇ ଆଜି ୬୮.୭୮ ପ୍ରତିଶତରେ ପହଞ୍ଚିଛି । ସକ୍ରିୟ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ୮,୫୨,୧୩୭ରେ ପହଞ୍ଚିଛି ।

jay balangir
Leave A Reply

Your email address will not be published.

five × one =