pakka

ବୌଦ୍ଧର ୨ କଂଗ୍ରେସ ନେତା ବିଜେଡିରେ ସାମିଲ

bbehera

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ କଂଗ୍ରେସ କମିଟିର ଦୁଇ ଟାଣୁଆ ନେତା ତଥା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁଧୀର ମହାକୁଡ଼ ଓ ଜୋନ ନମ୍ବର ୩ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଧୃବ ଚରଣ ପ୍ରଧାନ ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ବିଜେଡି ଦଳରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ପୂର୍ବତନ ମନ୍ତ୍ରୀ ତଥା ବାଚସ୍ପତି ପ୍ରଦୀପ କୁମାର ଅମାତ ଓ ଜିଲ୍ଲା ବିଜେଡି ସଭାପତି ତଥା କଣ୍ଟାମାଲ ବିଧାୟକ ମହିଧର ରଣା ଓ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ରଞ୍ଜନ ନାଏକଙ୍କ ଉପସ୍ଥିତିରେ ଶତାଧିକ ସମର୍ଥକଙ୍କ ସହିତ ମିଶିଛନ୍ତି । ଅପରପକ୍ଷରେ ଜିଲ୍ଲା କଂଗ୍ରେସ କମିଟିର ସଦସ୍ୟ ପଦରୁ ବହିଷ୍କାର କରିଥିବା ସୂଚନା ମିଳିଛି । ଦଳବଦଳକୁ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଗାମୀ ଦିନରେ ରାଜନୈତିକ ପାଣିପାଗ ବୌଦ୍ଧ ଓ କଣ୍ଟାମାଲ ବିଧାନସଭା ନିର୍ବାଚନ ମଣ୍ଡଳୀର କ’ଣ ରହିବ ଦେଖିବାକୁ ବାକି ରହିଲା ।

jay balangir
Leave A Reply

Your email address will not be published.

one × five =