pakka

ବଲାଙ୍ଗିର ସହରରେ ଦୁବୃର୍ତ୍ତଙ୍କ ଉନ୍ମତ୍ତ କାଣ୍ଡ : ଘରର ଗେଟ୍‌ ଓ କୁକୁଡା ଦୋକାନ ଭାଙ୍ଗିଲେ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଅପରାଧିକ କାର୍ଯ୍ୟକଳାପ ବଢିଚାଲିଥିବା ବେଳେ ଆଜି ପୁଣି କିଛି ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ଆନନ୍ଦ ନଗରରେ ରହୁଥିବା କାହ୍ନା ନନ୍ଦଙ୍କ ଘର ସମ୍ମୁଖକୁ ଆଜି ଅପରାହ୍ନ ସାଢେ ୪ଟା ସମୟରେ ଚାରି ପାଞ୍ଚଜଣ ଯୁବକ ତଲୱାର, ଟାଙ୍ଗୀ ତଥା ମାରଣାସ୍ତ୍ର ନେଇ କାହ୍ନାକୁ ଗାଳି ଗୁଳଜ କରିଥିଲେ ଓ କାହ୍ନାଙ୍କ ଘର ଗେଟ୍‌ ଭାଙ୍ଗି ଦେଇଥିଲେ । କେବଳ ଏତିକିରେ ଥମି ନଥିଲା ତାଙ୍କର ହିଂସାକାଣ୍ଡ । କଲେଜ୍‌ଛକ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ରୋଡ୍‌ରେ ଥିବା କାହ୍ନାଙ୍କ କୁକୁଡା ଦୋକାନକୁ ମଧ୍ୟ ଦୁବୃତ୍ତମାନେ ଭାଙ୍ଗି ଦେଇଥିବା ଟାଉନ୍‌ ଥାନାରେ ଅଭିଯୋଗ ହୋଇଛି । ତେବେ ପୂର୍ବ ଶତୃତାକୁ କେନ୍ଦ୍ରକରି ଦୁର୍ବୃତ୍ତ ମାନେ ଏଭଳି ଉନ୍ମତ୍ତକାଣ୍ଡ ଭିଏଁଇ ଥିବା କାହ୍ନା କହିଛନ୍ତି ।

jay balangir
Leave A Reply

Your email address will not be published.

13 − nine =