‘ପାପ ହାଟ’ ଓ ‘ସୁଖ ସାତପର ଦୁଃଖ ନିଜର’ ନାଟକ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ଭିଏସ୍‌ଏସ୍‌ ମାର୍କେଟଠାରେ ଦୁଇଦିନ ଧରି ଦୁଇଟି ନାଟକ ‘ପାପ ହାଟ’ ଓ ‘ସୁଖ ସାତପର ଦୁଃଖ ନିଜର’ ମଞ୍ଚସ୍ଥ ହୋଇଯାଇଛି । ଉଭୟ ନାଟକକୁ ସୁରେନ୍ଦ୍ର ପାଢ଼ୀ ନିର୍ଦ୍ଦେଶନା ଦେଇଥିବା ବେଳେ ସହଯୋଗୀ ଭାବେ ସଞ୍ଜୀବ ଚାନ୍ଦ ଓ ସୁବାସ ରାଉତ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ । ପରିଷଦର ସଭାପତି ପ୍ରତାପ କିଶୋର ବିଶ୍ବାଳଙ୍କ ଅଧ୍ୟକ୍ଷତା ଓ ପ୍ରବୀର ଜେନାଙ୍କ ମଞ୍ଚ ସଂଯୋଜନାରେ ପ୍ରଥମ ପାପ ହାଟ ନାଟକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୁଖ୍ୟଦର୍ଶକ ଭାବେ ରାଜୀବ ପାଣି, ସମ୍ମାନିତ ଅତିଥି ଭାବେ ସମାଜସେବୀ ରାଜଲକ୍ଷ୍ମୀ ପାତ୍ର, କବି କୁଞ୍ଜବିହାରୀ ରାଉତ, ନାଟ୍ୟକାର ଆଲୋକ ବୋଷ, ମାର୍କେଟ କମିଟିର ସଭାପତି ରାଜୀବ ପ୍ରତିହାରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଦ୍ବିତୀୟ ଦିବସ ସୁଖ ସାତପର ଦୁଃଖ ନିଜର ନାଟକରେ ମୁଖ୍ୟ ଅତିଥି ଭାବେ ନିହାର ରାୟ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର, ଛେଣ୍ଡ ଥାନାଧିକାରୀ ଏସ୍‌କେ ଝାକର, ଭଗବାନ ରାଉତ, ସୁଦେଷ୍ଣାରାଣୀ ରାଉତ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ନାଟ୍ୟପ୍ରତି ପ୍ରତିବଦ୍ଧତା ଓ ଅବଦାନ ସମ୍ପର୍କରେ ଆଲୋଚନା କରିବା ସହ କଳାକାର ସୃଷ୍ଟି କରିବାରେ ସହାୟକ ହୋଇଛି ବୋଲି କହିଥିଲେ । ଏହାକୁ ପରିଚାଳନାରେ କାର୍ଯ୍ୟକାରୀ ସଭାପତି ପ୍ରଦୀପ ନାୟକ, ସମ୍ପାଦକ ଭରତ ଚନ୍ଦ୍ର ସେଠୀ, ସହ ସମ୍ପାଦକ ବିଚିତ୍ର ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ପ୍ରଥମ ଦିନରେ ସଞ୍ଜୀବ ଚାନ୍ଦ ଓ ଦ୍ବିତୀୟ ଦିନରେ ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦୁଇଟି ନାଟକରେ ଅନୁଷ୍ଠାନର ସର୍ବଶ୍ରୀ ଶୁଭେନ୍ଦୁ, ପପୁ, ଧନ, ଭରତ, ବାପି, ପ୍ରଶାନ୍ତ, ବିନୟ, ମିଟୁ, ସୂର୍ୟ୍ୟ, ପିତାମ୍ବର, ବାବୁ, ବୁବୁନ, ଅସିତ, ଲକ୍ଷ୍ମୀଧର, ପ୍ରତାପ, ଲକ୍ଷ୍ମୀକାନ୍ତ, ଝୁମା, ଦିନୁ, ପୂଜା, ପୂର୍ଣ୍ଣିମା, ଗୀତା ପ୍ରମୁଖ ଅଭିନୟ କରିଥିଲେ । ନାଟକ ଦ୍ରବ୍ୟକୁ ଶତାଧିକ ବ୍ୟକ୍ତି ଉପଭୋଗ କରିଥିବା ବେଳେ କାର୍ଯ୍ୟକ୍ରମର ସଫଳତା ପାଇଁ ସଭାପତି ଶ୍ରୀ ବିଶ୍ବାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

jittmm
Leave A Reply

Your email address will not be published.