କବ୍‌ଜା ପକ୍ଷରୁ ଶ୍ରୀ ନାରଦ ଜୟନ୍ତୀ ପାଳିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ସାମ୍ବାଦିକ ସଂଘ କବ୍‌ଜା କାର୍ଯ୍ୟାଳୟଠାରେ ଆଦ୍ୟ ସାମ୍ବାଦିକ ମହର୍ଷି ନାରଦଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ସଂଘର ଉପ ସଭାପତି ପ୍ରଭାତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂପାଦକ ପୂର୍ଣ୍ଣଚରଣ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଉପଦେଷ୍ଠା ଦିବ୍ୟ ଶଙ୍କର ରାଉତ ସମାଜର ଶାନ୍ତି ପ୍ରତିଷ୍ଠା ସକାସେ ଶ୍ରୀ ନାରଦଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ସଦସ୍ୟ ଜୟକୁମାର ମହାରଣା ଧନ୍ୟବାଦ ଦେଇଥିଲେ । ସଦସ୍ୟ ରଞ୍ଜନ ପାତ୍ର, ବଂଶୀଧର ମାଝୀ, ଦେବାଶିଷ ମଲିକ ଯୋଗ ଦେଇଥିଲେ ।

Leave A Reply

Your email address will not be published.

11 + fifteen =