ଗୁଣିଆଁ ସନ୍ଦେହରେ ମାଡ଼ ଓ ଦାନ୍ତ ଭାଙ୍ଗିବା ଘଟଣା : ଆହତଙ୍କ ଭଉଣୀ ଦେଲେ ଏତଲା, ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧୀନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ଗଡ଼ ହୁମ୍ମା ଗ୍ରାମରେ ଦୁଇ ଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିବା ଘଟଣାରେ ଆହତ କିଶୋର ଦାସଙ୍କ ଭଉଣୀ ସୋମବାର ରମ୍ଭାଥାନାରେ ଲିଖିତ ଏତଲା ଦେଇଛନ୍ତି । ପ୍ରାୟ ଗ୍ରାମର ୬ରୁ ଅଧିକ ଲୋକଙ୍କ ନାମ ଏତଲାରେ ଉଲ୍ଲେଖ ରହିଥିବା ଜଣାପଡିଛି । ଅନ୍ୟପଟେ ଆହତ ଦିଅର ଭାଉଜ ବର୍ତମାନ ସୁସ୍ଥ ହୋଇଥିଲେ ମଧ୍ୟ ସେମାନେ ପୋଲିସ ହେପାଜତରେ ଥିବା ଏକ ବିଶ୍ୱସ୍ତ ସୂତ୍ରରୁ ଖବର ହସ୍ତଗତ ହୋଇଛି । ଗ୍ରାମରେ ବର୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ଉକ୍ତ ଘଟଣାକୁ ନେଇ ରମ୍ଭା ଥାନା ଓ ହୁମା ଫାଣ୍ଡି ପୋଲିସ ତୀକ୍ଷ୍ଣ ନଜର ରଖିଛି । ଏତଲା ପରେ ରମ୍ଭା ଥାନା ପୋଲିସ ପକ୍ଷରୁ ୨୦୨/୨୦୨୨ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ରମ୍ଭା ପୋଲିସଠାରୁ ସୂଚନା ମିଳିଛି । ଏନେଇ ପୋଲିସ ପକ୍ଷରୁ ତଦନ୍ତ କରାଯାଇଛି । ସୂଚନା ଥାଉକି ଗତ ଶନିବାର ବିଳମ୍ବିତ ରାତ୍ରରେ ଗୁଣି ଗାରେଡିକୁ ନେଇ ଗ୍ରାମର କିଶୋର ଦାସ ଓ ମହିଳା ରଞ୍ଜୁ ଦାସ ଦୁଇ ଜଣଙ୍କୁ ଗ୍ରାମାବାସୀ ବାନ୍ଧିବା ସହ ମାଡ଼ ମାରି ଦାନ୍ତ ଭାଙ୍ଗିଦେଇଥିଲେ । ଯାହାକୁ ନେଇ ପୋଲିସ ପ୍ରଶାସନ ପହଞ୍ଚି ଆହତ ଦ୍ୱୟଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ । ଉକ୍ତ ଘଟାଣକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହେଇଥିଲା । ଉକ୍ତ ଘଟଣାକୁ ନେଇ ଗ୍ରାମରେ ପୋଲିସ ପ୍ରଶାସନ ଓ ଭଦ୍ର ବ୍ୟକ୍ତିମାନଙ୍କୁ ନେଇ ଗୁଣି ଗାରେଡିକୁ ନେଇ ଓ ଶାନ୍ତି ପ୍ରତିଷ୍ଠା ପାଇଁ ସଚେତନତା ସଭା କରାଯାଇଥିଲା । ବର୍ତ୍ତମାନ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ପେଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଫଳରେ ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣ ରହିଥିବା ଜଣାପଡିଛି ।

Leave A Reply

Your email address will not be published.

2 + 19 =