ଇମ୍ପରିୟଲ କଲେଜ ପରିସରରେ ବୁଦ୍ଧ ପ୍ରତିମୂର୍ତ୍ତି ଏବଂ ବୁଦ୍ଧବନମ୍ ଉଦ୍‌ଘାଟିତ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜଠାରେ ବୁଦ୍ଧ ପୂର୍ଣ୍ଣିମା ଅବସରରେ ବୁଦ୍ଧ ପ୍ରତିମୂର୍ତ୍ତି ଏବଂ ବୁଦ୍ଧବନମ୍ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭୁଟାନର ବୁଦ୍ଧଧର୍ମ ଗୁରୁ ଦାୱା ଦ୍ରାକପା ଅତିଥି ଭାବରେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ସହିତ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ବୁଦ୍ଧ ଧର୍ମର ବିଭିନ୍ନ ନୀତି ଶିକ୍ଷା ବିଷୟରେ ବିଶଦ ସୂଚନା ପ୍ରଦାନ କରିଥିଲେ । କଲେଜର ଚେୟାରମେନ୍‌ ଦିପକ ଗୋୟଲ ଓ ଅଧ୍ୟକ୍ଷ ଦୁର୍ଗେଶ ଶତପଥୀଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏଠାରେ ଉଲ୍ଳେଖଯୋଗ୍ୟ ଯେ, ଏହି ବୁଦ୍ଧ ମୂର୍ତ୍ତିର ଚତୁଃପାର୍ଶ୍ଵରେ ପ୍ରକୃତିର ପାଞ୍ଚଟି ତତ୍ତ୍ୱକୁ ନେଇ ଚାଲିବା ପାଇଁ ରାସ୍ତା ମଧ୍ୟ ନିର୍ମାଣ କରାଯାଇଛି । ଆଗାମୀ ମାସରୁ ଏହି ବୁଦ୍ଧବନମ୍‌ଠାରେ ଧ୍ୟାନ ଶିବିରଗୁଡିକ ଅନୁଷ୍ଠିତ ହେବ ବୋଲି ଇମ୍ପରିୟଲ କଲେଜ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

nineteen − eight =