pakka

ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ନିର୍ବାଚନ ପାଇଁ ଦାଖଲ ହେଲା ସମୁଦାୟ ୫୭୧ ନାମାଙ୍କନ ପତ୍ର

bbehera

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପାଇଁ ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ତୃତୀୟ ଦିନରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଚାଲୁରହିଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବେ । ସରକାରଙ୍କ କୋଭିଡ ମାର୍ଗଦର୍ଶିକା ପାଳନ କରି ଆଜି ଜିଲ୍ଲାର ବିଭିନ୍ନ ସମିତି ସଭ୍ୟ/ସଭ୍ୟା ଆଶାୟୀ ପ୍ରାର୍ଥୀମାନେ ନିଜ ନିଜ ଅଞ୍ଚଳର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ସରପଞ୍ଚ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ/ପ୍ରାର୍ଥୀନୀମାନେ ପଞ୍ଚାୟତ କାର୍ଯ୍ୟାଳୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀ/ପ୍ରାର୍ଥୀନୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟମାନଙ୍କରେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ତୃତୀୟ ଦିନରେ ଜିଲ୍ଲାରେ ସମୁଦାୟ ୫୭୧ଗୋଟି ବିଭିନ୍ନ ପଦ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ହୋଇଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରୁ ଜଣାପଡିଛି । ଏହି କ୍ରମରେ ସୋନପୁର ବ୍ଲକରେ ୬୬ ଜଣ ୱାର୍ଡମେମ୍ବର, ୧୯ ଜଣ ସରପଞ୍ଚ, ୯ ଜଣ ସମିତି ସଭ୍ୟ, ଉଲୁଣ୍ଡା ବ୍ଲକରେ ୫୬ ଜଣ ୱାର୍ଡମେମ୍ବର, ୧୭ ଜଣ ସରପଞ୍ଚ, ୧୨ ଜଣ ପଞ୍ଚାୟତ ସମିତି ସଦସ୍ୟ/ସଦସ୍ୟା, ବୀରମହାରାଜପୁର ବ୍ଲକରେ ୭୭ ଜଣ ୱାର୍ଡମେମ୍ବର, ୧୭ ଜଣ ସରପଞ୍ଚ ଓ ୧୬ ଜଣ ସମିତି ସଭ୍ୟ, ଡୁଙ୍ଗୁରିପାଲି ବ୍ଲକରେ ୫୨ ଜଣ ୱାର୍ଡମେମ୍ବର, ୨୫ ଜଣ ସରପଞ୍ଚ, ୧୦ ଜଣ ସମିତି ସଭ୍ୟ, ତରଭା ବ୍ଲକରେ ୬୫ ଜଣ ୱାର୍ଡମେମ୍ବର, ୧୭ ଜଣ ସରପଞ୍ଚ, ୨୦ଜଣ ସମିତି ସଭ୍ୟ ଓ ବିନିକା ବ୍ଲକରେ ୫୨ ଜଣ ୱାର୍ଡମେମ୍ବର, ୧୯ ଜଣ ସରପଞ୍ଚ, ୨୦ ଜଣ ସମିତି ସଭ୍ୟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିପରି ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବହୁଜନସମାଜ ପାର୍ଟୀ ତରଫରୁ ସୋନପୁର ଜୋନ୍‌ ୨ ପାଇଁ ଅନିଲ ତାଣ୍ଡିଆ ଏବଂ ତରଭା ଜୋନ୍ ୧ ପାଇଁ ବିଜୁ ଜନତା ଦଳ ତରଫରୁ ଅଞ୍ଜଳି କମ୍ପ ଜିଲ୍ଲା ପରିଷଦ ପ୍ରାର୍ଥୀ ନିମନ୍ତେ ନାମାଙ୍କନପତ୍ର ଦାଖଲ କରିଛନ୍ତି । ବୀରମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି କୌଣସି ଜିଲ୍ଲାପରିଷଦ ସଦସ୍ୟ ପ୍ରାର୍ଥୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରିନଥିବା ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

three × one =

error: Content is protected !!