ବଦ୍ଦେପାରା ଜଙ୍ଗଲରେ ଗୁଳିବିନିମୟ : କୁଖ୍ୟାତ ମାଓନେତ୍ରୀ ସମେତ ୨ ନକ୍ସଲ ନିହତ

ମାଲକାନଗିରି : ମାଲକାନିଗିର ସୀମାନ୍ତ ଛତିଶଗଡ଼ ବିଜାପୁରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ ଜାରି ରହିଛି । ମଦ୍ଦେଡ୍ ଥାନା ବଦ୍ଦେପାରା ଜଙ୍ଗଲରେ ଏନ୍‌କାଉଣ୍ଟର୍‌ ସମୟରେ କୁଖ୍ୟାତ ମାଓନେତ୍ରୀ ସମେତ ୨ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି । ଜଙ୍ଗଲରୁ କୁଖ୍ୟାତ ମାଓନେତ୍ରୀ ମନିଲାଙ୍କ ସହ ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ବିଜାପୁର ଏସ୍‌ପି ଜିତେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି । ଅନ୍ୟପଟେ ବିଜାପୁର ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର୍‌ ଏବେ ବି ଜାରି ରହିଛି । ମାଓବାଦୀ ଲୁଚି ଥିବା ସନ୍ଦେହରେ ସର୍ଚ୍ଚ ଅପ୍‌ରେସନ୍‌ ଜୋର୍‌ଦାର୍‌ ଚାଲିଛି ।

Leave A Reply

Your email address will not be published.