ପୁଣି ବଢ଼ିଲାଣି ତାତି : ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ଡିଗ୍ରୀ ପାର୍

ଭୁବନେଶ୍ୱର : ପୁଣି ବଢ଼ିଲାଣି ତାତି । ସାଢ଼େ ୧୧ଟା ସୁଦ୍ଧା ତାପମାତ୍ରା ୪୨ ପାର୍ । ଆଜି ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ାର ସବୁଠୁ ଉତ୍ତପ୍ତ ସହର । ସମ୍ବଲପୁର ୪୨.୨ ଓ ହୀରାକୁଦ ତାପମାତ୍ରା ୪୨ ଡିଗ୍ରୀ ଥିବାବେଳେ ରାଉରକେଲା ୪୦.୮, କେନ୍ଦୁଝର ୪୦.୫, ଭୁବନେଶ୍ୱର ୩୮.୮ ଡିଗ୍ରୀ ତାପମାତ୍ରା ରହିଛି । ଗରମ, ଆର୍ଦ୍ରତା ଏବଂ ଉତ୍ତାପ ତରଙ୍ଗର ଅବସ୍ଥା ଓଡିଶାକୁ ଫେରିବ ବୋଲି ପୂର୍ବାନୁମାନ କରି ଭାରତ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ଦିନ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ୟ୍ୟର୍ଯ୍ୟାଳୟ ସ୍ୱାସ୍ଥ୍ୟ ସଚିବଙ୍କୁ ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.