pakka

ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତ୍ତାମାନଙ୍କର ପ୍ରଥମ ବୈଠକ : ନେତାଜୀ ସୁବାଷ ବୋଷ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଜେଏସ୍‌ଏମ୍‌ କଲେଜଠାରେ ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତ୍ତାମାନଙ୍କର ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ବେଲାରସିଂ ଭୋଇ, ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ପରେ ପରେ କମିଟିର ସଦସ୍ୟମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ବୀର ନେତାଦ୍ୱୟଙ୍କ ଜୀବନୀ ଉପରେ ସ୍ମୃତି ଚାରଣ କରିଥିଲେ । ସଭାପତି ଶ୍ରୀ ଭୋଇଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ମନୋରଂଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ନୂତନ କମିଟିର କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ ସମ୍ବନ୍ଧେ, ନୂତନ ସବ୍‌ କମିଟି ଗଠନ, ନୂତନ ସଭ୍ୟ ଗ୍ରହଣ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ଏଥିରେ ଉପସଭାପତି ନିତ୍ୟାନନ୍ଦ ମିଶ୍ର, ସହସଂପାଦକ ଚକ୍ରପାଣି ଦାଶ, କୋଷାଧ୍ୟକ୍ଷ ତ୍ରିଭୁବନଦାଶ ଭମର, ସଭ୍ୟା ପଙ୍କଜିନି ପଣ୍ଡା, ସଭ୍ୟ ବୃନ୍ଦାବନ ବରାଳ, ଗୋପଭୂଷଣ ନାଥ, ମନୋରଂଜନ ପୁରୋହିତ, ଜୟରାମ ମିଶ୍ର, ପର୍ଶୁରାମ ନାୟକ, ବ୍ରଜରାଜ ପୁରୋହିତ, ବିମଲ କୁମାର ଚୋପଦାର, ଦିବାକର ହୋତା, ଗୋପବନ୍ଧୁ ପୁରୋହିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କୋଭିଡ ନୂତନ ଗାଇଡଲାଇନକୁ ଅନୁସରଣ କରି ଆଗାମୀ ଦିନରେ ସାଧାରଣ ବୈଠକ ଯଥା ଶୀଘ୍ର ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ ପାଇଥିଲା । ଶେଷରେ ସହସଂପାଦକ ଶ୍ରୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

three × five =