pakka

ଛତ୍ରପୁରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ପାଳନ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର କଂଗ୍ରେସ କମିଟି ପକ୍ଷରୁ ସହରରେ ଏକ ପ୍ରଭାତ ଫେରି ସାରି ଜିଲ୍ଲା ସଦର ମହକୁମା ଛତ୍ରପୁର ସହରର ଭିଆଇପି ରୋଡ଼ ଏବଂ କୋର୍ଟ ଷ୍ଟେସନ ସାହି ନିକଟରେ ଅବସ୍ଥାପିତ ଜାତୀୟ ବରପୁତ୍ର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଭକ୍ତିପୂତ ପ୍ରଣତି ଜଣାଇଥିଲେ । ଭାରତର ବୀର ସନ୍ତାନ ତଥା ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ ତମ ଜୟନ୍ତୀ ପାଳନ ଅବସରରେ ନେତାଜୀଙ୍କ ଜୟଗାନ ସ୍ୱରୂପ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଛତ୍ରପୁର କୋର୍ଟଷ୍ଟେସନ ନିକଟ ନୀଳକଣ୍ଠେଶ୍ଵର ସାହି ଓ ସଦର ମହକୁମାସ୍ଥ ଷ୍ଟାଡିୟମ୍ ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ନେତାଜୀଙ୍କ ଆଦର୍ଶରେ ଆଜିର ଯୁବପିଢ଼ୀ ଅନୁପ୍ରାଣୀତ ହେଲେ ଦେଶର କଳଙ୍କ ଦୂରୀଭୂତ ହୋଇ ଏକ ସୁନାର ଭାରତ ଗଠନ ହୋଇପାରିବ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୂସୁଚିତ ଜାତି ସଂଯୋଜକ ଭାଗୀରଥୀ ବେହେରା ମତବ୍ୟକ୍ତ କରିଛନ୍ତି । ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡି, କଂଗ୍ରେସ ନେତା କାଳିଆ ରାଉଳ, ଆଇନଜୀବୀ ବାବୁ ନାହକ, ଯୁବ ନେତା ବଳିଆ ବେହେରା, ପୂର୍ବତନ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରସଂସଦ ସଭାପତି ସୁବୋଧ ସୁମନ ସ୍ୱାଇଁ, ଛାତ୍ର ନେତା ମହେଶ କୁମାର ଗୌଡ଼, ଛାତ୍ର କଂଗ୍ରେସ ଜିଲ୍ଲା ଉପସଭାପତି ରାକେଶ ଆଚାର୍ଯ୍ୟ, ଜିଲ୍ଲା ସମ୍ପାଦକ ଚକ୍ରପାଣି ପଲାଇ, ମୁନା ଦାସ୍, ଟି. ସୂର୍ଯ୍ୟ ନାରାୟଣ, ଭେଙ୍କଟେଶ୍ୱର ରେଡ୍ଡି ପ୍ରମୁଖ ଉପସ୍ଥିତ ରହି ନେତାଜୀଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two × 5 =