csstore

ମୁନୁଷର୍ ଜାଏତ୍ ମୁକ୍ତିଲାଭ କଲା

ବରଗଡ, (ନିରୋଜ କୁମାର ପାଣୀ) : ବିଜାର ଫିଲ୍ମ ପ୍ରଡକ୍ସନ ନିବେଦିତ ‘ମୁନୁଷର୍ ଜାଏତ୍‌’ ଆଜି ମୁକ୍ତିଲାଭ କରିଛି । ଏହି ଫିଲ୍ମର କାହାଣୀର ରଚୟିତା ଏବଂ ନିର୍ଦ୍ଦେଶକ ବିରେନ୍ଦ୍ର କୁମାର ବନଛୋର ଥିବା ବେଳେ, ସମ୍ପାଦନାରେ ରାଜେଶ ଚୌଧୁରୀ, କ୍ୟାମେରା ମ୍ୟାନ ଭାବେ ସୁନାମଧନ୍ୟ ଫଟୋଗ୍ରାଫର ରାଜକୁମାର, ପ୍ରଚ୍ଛଦପଟ ସଂଗୀତରେ ଦିବ୍ୟଲୋଚନ ଦିପ୍, ଅନୁବାଦ କରିଛନ୍ତି ଉଦିତ୍ ସାହୁ, ଟାଇଟେଲ ସଙ୍ଗୀତ ଦେଇଛନ୍ତି ତୁଲାରାମ କଲେତ୍, ସଂଗୀତରେ ଅଜିତ ପାଣିଗ୍ରାହୀ, ଟୁକୁଲୁ ଦାଶ, ମୁଗ୍ଧା ଦାଶ । ବର୍ତ୍ତମାନ ସ୍ଥିତିରେ କଳୁଷିତ ସମାଜର କୁସଂସ୍କାର, ଜାତିପ୍ରଥାକୁ ଦୂରେଇବା ସହ ପ୍ରେମ ବିବାହର ମାନସିକ ଯନ୍ତ୍ରଣାକୁ ଦୂରେଇବା ଲକ୍ଷ୍ୟକୁ ଭିତ୍ତି କରି ଏହି କାହାଣୀରେ ଅନେକ କିଛି ତଥ୍ୟ ମର୍ମସ୍ପର୍ଶୀ ହୋଇଛି । ମୁନୁଷର୍ ଜାଏତ୍ ଟେଲିଫିଲ୍ମରେ ବିଭିନ୍ନ ଭୂମିକା ଅଭିନୟ କରିଛନ୍ତି ହିରୋ ଭୂମିକାରେ ଆଶୁତୋଷ ମିଶ୍ର, ସୁନାଲି ନାୟକ ହିରୋଇନ୍, ପ୍ରେମ ସାଗର ଫୈାଜଦାର, ବିଶ୍ୱନାଥ ସେଠ, ବିନ୍ଦୁ ମଲ୍ଲିକ, ଲଲିତ ପୁଜାରୀ, ମନୋରଞ୍ଜନ ନାୟକ, ମନୋରଞ୍ଜନ ସୁନା, ଲିଙ୍କନ ରଥ, ସୁରଜ ସେଠ, ମମତା ଦିପ, କନକ ଡନସନା, କପିଲଦେବ ଛୁରା, ଆଦ୍ରା ବାଗ, ରେଖା କୁମ୍ଭାର, ଗିରିଜା ଶଙ୍କର ବାରିକ, ସୁବାସ ଜାଲ ବିଭିନ୍ନ ଭୂମିକାରେ ନିଖୁଣ ଭାବରେ ଅଭିନୟ ପ୍ରଦର୍ଶନ କରିଛନ୍ତି ବୋଲି ଦର୍ଶକ ମାନଙ୍କ ଠାରୁ ପ୍ରକାଶ ।

jayashree
Leave A Reply

Your email address will not be published.