pakka

ପାଖେଇ ଆସୁଛି ପ୍ରେମ ସପ୍ତାହ, ପ୍ରେମିକ ପ୍ରେମିକା ହେଲେଣି ସଜବାଜ

ଫେବୃଆରୀ ମାସ ୭ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ପ୍ରେମ ସପ୍ତାହ ପାଳନ କରାଯାଇଥାଏ । ଏହି ସପ୍ତାହକୁ ଭାଲେଣ୍ଟାଇନ୍‌ ସପ୍ତାହ ମଧ୍ୟ କୁହାଯାଏ । ପ୍ରେମ ସମ୍ପର୍କକୁ ଆହୁରି ପ୍ରେମିଳ ଓ ମଜବୁତ୍‌ କରିବା ଏହି ସପ୍ତାହର ଗୁରୁତ୍ୱ ରହିଥିବା ପ୍ରେମିକ ପ୍ରେମିକାମାନେ ବିଶ୍ୱାସ କରନ୍ତି । ପାଶ୍ଚାତ୍ୟ ଦେଶମାନଙ୍କରେ ଏହି ସପ୍ତାହକୁ ବଡ଼ ଧୁମ୍‌ଧାମ୍‌ରେ ପାଳନ କରାଯାଏ । ତେବେ ବିଗତ କିଛି ଦଶନ୍ଧି ଧରି ଭାରତରେ ମଧ୍ୟ ଭାଲେଣ୍ଟାଇନ୍‌ ଡେ’ର ପାଳନ ବଢ଼ିଥିବା ଲକ୍ଷ୍ୟ କରାଯାଏ । ଏହି ପ୍ରେମ ସପ୍ତାହର ପ୍ରତ୍ୟେକ ଦିନକୁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ଦିବସ ଭାବେ ପାଳନ କରାଯାଏ । ୭ ତାରିଖକୁ ରୋଜ୍‌ ଡେ, ୮ ତାରିଖକୁ ପ୍ରପୋଜ୍‌ ଡେ, ୯ ତାରିଖକୁ ଚକୋଲେଟ୍‌ ଡେ, ୧୦ ତାରିଖକୁ ଟେଡି ଡେ, ୧୧ ତାରିଖକୁ ପ୍ରମିଜ୍‌ ଡେ, ୧୨ ତାରିଖକୁ ହଗ୍‌ ଡେ, ୧୩ ତାରିଖକୁ କିସ୍‌ ଡେ ଓ ୧୪ ତାରିଖରୁ ଭାଲେନ୍‌ଟାଇନ୍‌ ଡେ ଭାବେ ପାଳନ କରାଯାଇଥାଏ ।

Leave A Reply

Your email address will not be published.

10 − 6 =