pakka

ଦେଓଗାଁ ବ୍ଲକ ଜୋନ ନଂ.୧୩ର ଜିଲ୍ଲା ପରିଷଦ ପ୍ରାର୍ଥୀ ମୁକ୍ତାଦେଇ ତାଣ୍ଡିଙ୍କ ପାଇଁ ପ୍ରଚାର କଲେ ନରସିଂହ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଜୋନ ନଂ.୧୩ର ଜିଲ୍ଲା ପରିଷଦ ପ୍ରାର୍ଥୀ ମୁକ୍ତାଦେଇ ତାଣ୍ଡିଙ୍କ ପାଇଁ ପ୍ରଚାର କରିଛନ୍ତି ବିଧାୟକ । ସେ କହିଛନ୍ତି ଯେ, ନରସିଂହ ଜନସ୍ୱାର୍ଥରେ କାମ କରିବା ପାଇଁ ଲୋକେ ରାଜ୍ୟ ତଥା କେନ୍ଦ୍ର ସରକାର ନିର୍ବାଚିତ କରନ୍ତି । କିନ୍ତୁ କେନ୍ଦ୍ର ତଥା ରାଜ୍ୟରେ ଜନତାଙ୍କ ସମର୍ଥନରେ ନିର୍ବାଚିତ ହୋଇଥିବା ସରକାର ନିର୍ବାଚନ ପରେ ଜନସ୍ୱାର୍ଥ ଭୁଲି କେବଳ ଦଳ ସ୍ୱାର୍ଥରେ କାମ କରୁଥିବା ଦେଖାଯାଉଛି । ଚାଷୀ ତାର ଅମଳର ଉଚିତ ମୂଲ୍ୟ ପାଉ ନାହିଁ, ସ୍କୁଲରେ ଶିକ୍ଷକ ଅଭାବ, ଶିକ୍ଷକଙ୍କୁ ଉପଯୁକ୍ତ ଦରମା ଅଭାବ, ପାଠ ପଢି ସାରିଲେ ଚାକିରୀ ଅଭାବ, ଇନ୍ଦିରା ଆବାସ ତଥା ବିଭିନ୍ନ ଭତ୍ତା ପ୍ରଦାନରେ ପ୍ରବଳ ଦୁର୍ନିତି, ଆଦିବାସୀ ଓ ପଛୁଆ ବର୍ଗଙ୍କୁ ରାଜନୀତି ସଂରକ୍ଷଣରୁ ବାଦ ଦେବା ଭଳି ଉଭୟ ସରକାର ବିରୁଦ୍ଧରେ ଅନେକ ଅଭିଯୋଗ ଲୋକେ କରୁଛନ୍ତି । ତେବେ ସମାଜର ସମସ୍ତ ବର୍ଗ ଆଜି ଉଭୟ ସରକାରଙ୍କ ଦ୍ୱାରା ଉପେକ୍ଷିତ । ଏଣୁ ଏହି ଉଭୟ ଜନବିରୋଧି ସରକାରଙ୍କୁ ଉଚିତ ଜବାବ ଦେବା ପାଇଁ ଏଥର ଜିଲ୍ଲା ପରିଷଦ ନିର୍ବାଚନରେ ଜୋନ ନଂ ୧୩ର କଂଗ୍ରେସ ପ୍ରାର୍ଥିନୀ ମୁକ୍ତାଦେଇ ତାଣ୍ଡିଙ୍କୁ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ ବୋଲି ଆଜି ବଲାଙ୍ଗିର ବିଧାୟକ ଶ୍ରୀ ମିଶ୍ର ପ୍ରଚାର ସମୟରେ ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଯେଉଁ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଜନସାଧାରଣଙ୍କ ଜିବନକୁ ସରସ ସୁନ୍ଦର କରି ଗଢିବାର ପ୍ରତିଶୃତି ଦେଇ ଗାଦି ହାତେଇ ଥିଲେ ସେମାନେ ଆଜି ଅତ୍ୟାବଶକୀୟ ସାମଗ୍ରିର ଦରଦାମ ବୃଦ୍ଧି କରି ଜନସାଧାରଣଙ୍କ ଜିବନକୁ ନର୍କ କୁଣ୍ଡରେ ପରିଣତ କରିଛନ୍ତି ।

ପେଟ୍ରୋଲ, ଡିଜେଲ, ଖାଇବା ତେଲ, ଡାଲି, ରନ୍ଧନ ଗ୍ୟାସର ଦରଦାମ ଆଜି ଆକାଶ ଛୁଆଁ । ଜନମାନସରେ ଲଗାତାର ବିରୋଧ ସତ୍ୱେ ଏହି ଉଭୟ ସରକାର ଦରଦାମ ନିୟନ୍ତ୍ରଣ କରିବା ପରିବର୍ତ୍ତେ ସରକାରୀ ଖଜଣା ଭରିବା ପାଇଁ ଟ୍ୟାକ୍ସ ବୃଦ୍ଧି କରି ଗରିବ ଜନତାଙ୍କୁ ଶୋଷଣ କରିବାରେ ମାତିଛନ୍ତି । ଯଦ୍ୱାରା ଲୋକଙ୍କ ସାଧାରଣ ଜୀବନ ଯାପନ ମଧ୍ୟ ଢେର ପ୍ରଭାବିତ ହୋଇଛି । ଯୁଆଡେ ଦେଖିଲେ ସେଠି ନାରୀ ନିର୍ଯ୍ୟାତନା, ଚୋରି, ଡକାୟତି, ରାହାଜାନି, ନିଶା କାରବାର ଚାଲିଛି । ପୋଲିସ ସେସବୁକୁ କାବୁ କରିବା ପରିବର୍ତ୍ତେ ଗରିବ ଜନତାଙ୍କୁ ହଇରାଣ କରୁଛି । ଏସବୁ ସମସ୍ୟା ଦ୍ୱାରା ଉଭୟ ଦଳ ସାଧାରଣ ଜନତାଙ୍କ ରୋଷର ଶିକାର ହେବେ । ଲୋକେ ପୁଣି ଗରିବ ଅସହାୟଙ୍କ ସାଥି କଂଗ୍ରେସ ଦଳ ଉପରେ ବିଶ୍ୱାସ ପ୍ରକଟ କରି କଂଗ୍ରେସ ଦଳ ପ୍ରାର୍ଥୀ ମାନଙ୍କ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । କଂଗ୍ରେସ ଦଳର କାର୍ଯ୍ରବିଧି ତଥା ନରସିଂହ ମିଶ୍ର ନେତୃତ୍ୱରେ ପ୍ରଭାବିତ ହୋଇ ଅଂଚଳର ଜଣାଶୁଣା ନେତ୍ରୀ ପାର୍ବତୀ ସାହୁ ନିଜ ସହେଯାଗୀମାନଙ୍କ ସହ ଆଜି କଂଗ୍ରେସ ଦଳକ ପ୍ରତ୍ୟାବର୍ତ୍ତନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ମିଶ୍ର ଓ ଦେଓଗାଁ ଜିଲ୍ଲା ପରିଷଦ ପ୍ରାର୍ଥିନୀ ମୁକ୍ତାଦେଇ ତାଣ୍ଡିଙ୍କ ବ୍ୟତିତ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଉମାଶଙ୍କର ପଣ୍ଡା, ସେବାଦଳ ମୂଖ୍ୟ ଅସିତ ମିଶ୍ର, ପୁର୍ବତନ ବ୍ଲକ ଅଧ୍ୟକ୍ଷ୍ୟ କୈଳାସ ତାଣ୍ଡି, ପପୁ ପାତ୍ର, କୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

10 − 1 =