ପୁରୀର ଧରିତ୍ରୀ ଜିଲ୍ଲା ଖବରଦାତାଙ୍କ ଆକ୍ରମଣର ତଦନ୍ତ ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର

କଂଟାବାଂଜି, (ମନିଶ କୁମାର ହଂସ) : ଧରିତ୍ରୀ ଦୈନିକ ଖବର କାଗଜର ପୁରୀ ଜିଲ୍ଲା ପ୍ରତିନିଧିଙ୍କୁ ପୋଲିସର ଆକ୍ରମଣକୁ ସାମ୍ବାଦିକ ସଂଘ କଂଟାବାଂଜି ଦୃଢ ନିନ୍ଦା କରିଛି । ଆକ୍ରମଣକାରୀ ପୋଲିସ ବିରୁଦ୍ଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବୀ କରି ମୂଖ୍ୟମନ୍ତ୍ରୀ ଓଡିଶାଙ୍କୁ ସ୍ଥାନୀୟ ତହସିଲଦାର ଅଶୋକ ମାଝିଙ୍କ ଜରିଆରେ ଏକ ଦାବୀପତ୍ର ଗୁରୁବାର ଦିନ ପ୍ରଦାନ କରାଯାଇଛି । ସ୍ଥାନୀୟ ତହସିଲଦାର ଶ୍ରୀମାଝି ଦାବୀପତ୍ରଟିକୁ ମୁଖ୍ୟମନ୍ତ୍ରୀ ଓଡିଶା, ଜିଲ୍ଲାପାଳ ବଲାଙ୍ଗିର, ଉପଜିଲ୍ଲାପାଳ ଟିଟିଲାଗଡ ଏବଂ ରାଜ୍ୟ ସାମ୍ବାଦିକ ସଂଘ ସଭାପତିଙ୍କୁ ଜଣାଇଥିବା ତାଙ୍କ ପତ୍ର ସଂଖ୍ୟା ୧୯୯୫ରୁ ଜଣା ଯାଏ । ଏହି ଦାବୀପତ୍ର ଦେବା ସମୟରେ ସଂଘର କୃତିକର ବାଗ, ବିମଲ ଦାଶ, ପ୍ରମୋଦ ବେହେରା, ବିନୋଦ ସିଂ, ମୋହନ ସୋନି, ସମିମ ଖାନ, ଗୁରୁଦୟାଲ ହଂସ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ପ୍ରସ୍ତାବ ଆଗତ କରାଯାଇଛି ।

Leave A Reply

Your email address will not be published.

three × two =