jayashree

କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲାରେ ୨ଟି ନଦୀ ଗର୍ଭ ଜଳାଶୟ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ୮୬.୨୫ କୋଟି ଟଙ୍କା ମଞ୍ଜୁର

  • କଳାହାଣ୍ଡି ମୁରଲୀଝର ପ୍ରକଳ୍ପ ପାଇଁ ୪୧.୨୫ କୋଟି, ମୟୁରଭଞ୍ଜ ଦାମୋଦରପୁର ପ୍ରକଳ୍ପ ପାଇଁ ୪୫ କୋଟି
  • ଉପକାର ପାଇବେ ଭବାନୀପାଟଣା ଓ ବଡସାହି ବ୍ଲକର ଜନସାଧାରଣ
  • ଭୂତଳ ଜଳର ସ୍ତର ବୃଦ୍ଧି, ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦିରେ ହେବ ସହାୟକ
  • 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ମିଳିଥିଲା ପ୍ରସ୍ତାବ, ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପ୍ରକଳ୍ପ ଅନୁମୋଦନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ପାଇଁ ଦୁଇଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ (Instream Storage Structure) ଅନୁମୋଦନ କରିଛନ୍ତି । ପ୍ରକଳ୍ପ ଦୁଇଟି ହେଉଛି – କଳାହାଣ୍ଡି ଜିଲ୍ଲା ମୁରଲିଜୋର ଉପରେ ମୁରଲିଝର ନଦୀ ଗର୍ଭ ଜଳାଶୟ ପ୍ରକଳ୍ପ ଏବଂ ମୟୁରଭଞ୍ଜ ଗଙ୍ଗାହର ନଦୀ ଉପରେ ଦାମୋଦରପୁର ନଦୀ ଗର୍ଭ ଜଳାଶୟ ପ୍ରକଳ୍ପ । ଏହି ଦୁଇଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ସମୁଦାୟ ୮୬.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏଥିରେ କଳାହାଣ୍ଡି ମୁରଲୀଝର ପ୍ରକଳ୍ପ ପାଇଁ ୪୧.୨୫ କୋଟି, ମୟୁରଭଞ୍ଜ ଦାମୋଦରପୁର ପ୍ରକଳ୍ପ ପାଇଁ ୪୫ କୋଟି ମଞ୍ଜୁର ହୋଇଛି ।ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ କଳାହାଣ୍ଡି ଓ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରିଥିଲେ ଏବଂ ଜନସାଧାରଣଙ୍କଠାରୁ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ । ଲୋକଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହା ଦ୍ୱାରା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଏବଂ ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକର ଜନସାଧାରଣ ଉପକୃତ ହେବେ । ଭୂତଳ ଜଳର ସ୍ତର ବୃଦ୍ଧି ହେବା ସହିତ ପାନୀୟ ଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ଏହା ବିଶେଷ ସହାୟକ ହେବ ।

Leave A Reply

Your email address will not be published.