ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଜଣେ ଧର୍ମ ପରାୟଣ ବ୍ୟକ୍ତି, ବରିଷ୍ଠ ଅବସରପ୍ରାପ୍ତ ଶିକ୍ଷକ ପତିତପାବନ ପାଢ଼ୀ (୯୨)ଙ୍କ ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ ବିଶ୍ୱକର୍ମା ସାହିସ୍ଥ ନିଜସ୍ୱ ବାସଭବନରେ ପରଲୋକ ହୋଇଯାଇଛି । ଛତ୍ରପୁରର ପ୍ରତିଷ୍ଠିତ ବହୁପୁରାତନ ଅନ୍ସ୍ଲୋ ସରକାରୀ ହାଇସ୍କୁଲରେ ସେ ଶିକ୍ଷକତା କରି ଆସି ୧୯୯୩ ମସିହାରେ ଚାକିରୀରୁ ଅବସର ଗ୍ରହଣ କରିଥିଲେ । ସେ ଜଣେ ଧାର୍ମିକ ଓ ନୀତି-ନିଷ୍ଠାପର ବ୍ୟକ୍ତି ଥିଲେ । କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ଭିତ୍ତିରେ ସେ ଅସୁସ୍ଥ ଥିଲେ । ତାଙ୍କ ପରଲୋକରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କର ଯୋଗ୍ୟତମ ପୁତ୍ର ସମାଜସେବୀ ମନ୍ମଥ କୁମାର ପାଢ଼ୀ, ପୁଅ, ବୋହୂ, ନାତି, ନାତୁଣୀ, ଜ୍ଞାତି-କୁଟୁମ୍ବ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ଶୁଣି ବହୁ ଗଣ୍ୟମାନ୍ୟ ବ୍ୟକ୍ତି ବୁଧବାର ଅନୁଷ୍ଠିତ ତାଙ୍କର ଅନ୍ତେଷ୍ଟିକ୍ରିୟାରେ ଯୋଗଦେଇଥିଲେ ।