om academy

ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ମୁଖପାତ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ଦଳ ତରଫରୁ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ଦଳର ସଂକଳ୍ପ ପତ୍ର ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା, ଜିଲ୍ଲା ସଭାପତି ଶିବାଜି ମହାନ୍ତି, ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସଂଯୋଜକ ଧୀରେନ ସେନାପତି ଓ ସାଂସଦଙ୍କ ସଂଯୋଜକ ଦିନେଶ ଶର୍ମା ପ୍ରମୁଖ ମଂସାସୀନ ଥିଲେ । ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ଯେ, ଦୀର୍ଘ ୨୫ ବର୍ଷ ହେଲା ରାଜ୍ୟରେ ଏକ ସ୍ଥାୟୀ ସରକାର ରହିଥିବା ବେଳେ ରାଜ୍ୟରେ ଗରିବୀ, ବେକାରୀ ଭଳି ସମସ୍ୟାର ସମାଧାନ ହୋଇପାରିନାହିିଁ । ୨୫ ବର୍ଷର କୁଶାସନରେ ଓଡ଼ିଶାର ଯୁବକଙ୍କୁ ଦାଦନ ଖଟି ଯିବାକୁ ପଡ଼ୁଛି, ଜମିକୁ ପାଣି ନାହିିଁ, କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ସହଯୋଗ ସତ୍ୱେ ପାନୀୟ ଜଳ ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଥିବା ସେ କହିଛନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ମହିଳା ନିର୍ଯ୍ୟତନା କ୍ଷେତ୍ରରେ ମଧ୍ୟ ଓଡ଼ିଶାର ସ୍ଥିତି ଦୟନୀୟ ରହିଛି । ଏଣୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ପ୍ରକାଶ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପଣ୍ଡା । ଗତ ୫ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ବିଜେପିର ସଂକଳ୍ପ ପତ୍ର ସଂପର୍କରେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.

two × 4 =