ପାଟଣାଗଡ଼ ବିଜେଡ଼ି କାର୍ଯ୍ୟାଳୟରେ ବିରାଟ ମିଶ୍ରଣ ପର୍ବ : ୫୫ ଜଣ ବିଜେପି ଛାଡ଼ି ବିଜେଡ଼ିରେ ମିଶିଲେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ଡି ଓ ମୁଣ୍ଡମହୁଲ ପଂଚାୟତର ୪୦ ଜଣ କର୍ମୀ ବିଜେପି ଦଳ ଛାଡି ବରିଷ୍ଠ ବିଜେପି ନେତା ଶୁପାଳ ମେହେରଙ୍କ ନେତୃତ୍ୱରେ ବିଜେଡି ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି । ସେହିପରି ବେଲପଡା ବ୍ଲକ ସୁଲେକେଲା ୱାର୍ଡ ନମ୍ବର ୭ ଝରିଆମୁଣ୍ଡା ଗ୍ରାମର ୧୫ ଜଣ ଯୁବକ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ସୂଚନାରେ କୁହାଯାଇଛି । ପାଟଣାଗଡ଼ ବିଜେଡ଼ି ବିଧାୟକ ପ୍ରାର୍ଥୀ ସରୋଜ ମେହେରଙ୍କ ନେତୃତ୍ୱ ଓ କାର୍ଯ୍ୟଦକ୍ଷତାରେ ଅନୁପ୍ରାଣିତ ହୋଇ ତଥା ବିଜେଡ଼ି ସରକାରଙ୍କ ଜନାଭିମୁଖୀ ବିକାଶ ଧାରା ପ୍ରତି ଆକର୍ଷିତ ହୋଇ ସମସ୍ତେ ବିଜେଡ଼ିରେ ସାମିଲ୍‌ ହୋଇଥିବା କହିଛନ୍ତି । ବିଧାୟକ ପ୍ରାର୍ଥୀ ସରୋଜ ମେହେର ସମସ୍ତ ନୂତନ କର୍ମୀଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ ।

Leave A Reply

Your email address will not be published.

sixteen + five =