କାଳ ବୈଶାଖୀର ତାଣ୍ଡବ : ଶତାଧିକ ଘର ଭାଙ୍ଗି ନଷ୍ଟ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ । ଜିଲ୍ଲାର ମାଥିଲି ବ୍ଲକରେ ସବୁଠାରୁ ବେଶି କ୍ଷୟକ୍ଷତି କରିଛି କାଳ ବୈଶାଖୀ । ଗତକାଲି ସଂଧ୍ୟାରୁ ହିଁ କ୍ଷୀପ୍ର ଗତିରେ ପବନ ବହିବା ସହ ବିଜୁଳି ଘଡଘଡି ଓ ବର୍ଷା ହୋଇଥିଲା । ମାଥିଲି ବ୍ଲକର କୁଟନିପାଲୀ ପଞ୍ଚାୟତରେ ସବୁଠାରୁ ବେଶୀ ଘର ନଷ୍ଟ ହୋଇଥିବା ସୂଚନା ମିଳିଛି । ଏହି ବ୍ଲକର ଅନ୍ୟ ପଞ୍ଚାୟତରେ ମଧ୍ୟ କ୍ଷୟକ୍ଷତି ହୋଇଛି, କିନ୍ତୁ କୁଟନିପାଲୀ ପଞ୍ଚାୟତରେ ବିଶେଷକରି ଗରିବ ଲୋକଙ୍କ ଘର ଭାଙ୍ଗିଯାଇଛି । ଦିନ ତମାମ ବର୍ଷା ଲାଗି ରହିଥିଲା । ଗୋଟିଏ ପଟେ ଅସହ୍ୟ ଗରମରୁ ଲୋକେ ରକ୍ଷା ପାଇଥିଲେ ମଧ୍ୟ କାଳ ବୈଶାଖୀ ଯେଉଁ ତାଣ୍ଡବ ରଚିଲା ସେଥିରେ ବହୁ ଲୋକ ବେଘର ହୋଇଯାଇଛନ୍ତି ।

Leave A Reply

Your email address will not be published.

thirteen + 16 =