pakka

ହାଇୱା ଗାଡ଼ି ଧକ୍କାରେ ୨ ଜଣଙ୍କ ମୃତ୍ୟୁ : ପ୍ରଶାସନର ପ୍ରତିଶୃତି ପାଇବା ପରେ ଦୀର୍ଘ ତିନି ଘଣ୍ଟା ପରେ ହଟିଲା ରାସ୍ତାରୋକ ଆନ୍ଦୋଳନ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁରୁବାଲି ବୁଲାଣି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ମୃତ ଯୁବକ ୨ ଜଣ ବଡ଼ଗାଁ ଅଞ୍ଚଳର ରାକେଶ ମଲ୍ଲିକ(ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ, ରବିବାର ରାତି ପ୍ରାୟ ୧୦ଟା ସମୟରେ ବଡ଼ଗାଁ ଅଞ୍ଚଳର ୨ ଜଣ ଯୁବକ ରାକେଶ ମଲ୍ଲିକ (ଲିଚୁ) ଓ ଅଚ୍ୟୁତାନନ୍ଦ ନାୟକ ମହାସିଙ୍ଗି ପଟୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ସୁରୁବାଲି ଗାଁ ନିକଟ ବୁଲାଣି ରାସ୍ତାରେ ଏକ ହାଇୱା ଗାଡ଼ି ଆଗପଟରୁ ଧକ୍କା ଦେଇଥିଲା । ଫଳରେ ୨ ଜଣ ଯୁବକ ଗୁରୁତର ଆହତ ହୋଇ ରାସ୍ତାରେ ପଡ଼ିରହିଥିଲେ । ଖବରପାଇ ବାଲିଗୁଡ଼ା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସେପଟେ ଘଟଣାକୁ ନେଇ ଚାପ ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବୀରେ ଉତ୍ୟକ୍ତ ଲୋକେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖ ୫୯ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ସମ୍ପୃକ୍ତ ଠିକା ସଂସ୍ଥା ମୃତକଙ୍କ ପରିବାରକୁ ଦେଢ଼ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ତିନି ଘଣ୍ଟା ପରେ ରାସ୍ତାରୋକ ଆନ୍ଦୋଳନ ହଟିଥିଲା ।

Leave A Reply

Your email address will not be published.

17 − one =