pakka

ବଳାତ୍କାର ମାମଲାରେ ଜି.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗିରଫ

bbehera

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ.ଲୁକ ବଳାତ୍କାର ମାମଲାରେ ଟିକାବାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିବରଣୀରୁ ପ୍ରକାଶ ଯେ, ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମର ଜୈନକ ଯୁବତୀଙ୍କ ସହ ୨୦୨୦ ମସିହାରୁ ଉଭୟଙ୍କ ବିବାହ ପାଇଁ ପ୍ରସ୍ତାବ ପଡ଼ିଥିବା ସହ ଉଭୟଙ୍କ ମଧ୍ୟରେ ସଂପର୍କ ଥିବା ବେଳେ ଉଭୟେ ଫୁଲବାଣୀ ଓ ବ୍ରହ୍ମପୁର ଆଦି ବିଭିନ୍ନ ସ୍ଥାନରେ ମିଶି ରହିଥିବା ନେଇ ପୀଡିତା ତଦନ୍ତ ଅଧିକାରୀଙ୍କ ଆଗରେ ପ୍ରକାଶ କରିଥିଲେ । ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ୍ ଲୁକ୍‌ଙ୍କ ନାମରେ ଏକ ଦୁଷ୍କର୍ମ ଭଳି ମାମଲା ଆଣିଛନ୍ତି । ପୀଡ଼ିତଙ୍କ ଏତଲାକୁ ଭିର୍ତ୍ତି କରି ଡାକ୍ତରି ମାଇନା ପରେ ଥାନା କେସ ନଂ. ୧୦୮/୨୨ଦଫା ୩୭୬, ୪୧୭(୨)(ଏନ୍‌) ଆଇପିସି ୩(୧)(ଡ୍ଲୁ)(ଆଇ)(ଆଇଆଇ)୩(୨)(ଭି)(ଭିଏ) ଏସ ସି/ଏସ୍ ଟି ଆଇନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି ବାଲିଗୁଡା କୋର୍ଟକୁ ଚାଲାଣ କରିଥିବା ନେଇ ତଦନ୍ତ ଅଧିକାରୀ ତଥା ଉପଖଣ୍ଡ ପୋଲିସ ଅଧିକାରୀ ଡି.ତିରୁପତି ରାଓ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

two × 1 =