pakka

ବିଷ ପିଇ ଯୁବକଙ୍କ ମୃତ୍ୟୁ

bbehera

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗ୍ରାମର ଜଣେ ଯୁବକ ବିଷ ପିଇ ଆତ୍ମହତ୍ୟା କରିଥିବା ଖବର ମିଳିଛି । ମିଳିଥିବା ସୂଚନାନୁସାରେ ଗାଁର ମାନରଞ୍ଜନ ପ୍ରଧାନୀ(୩୦) କୀଟନାଶକ ପିଇ ଘରକୁ ଫେରିଥିଲେ । ସେ ଅସୁସ୍ଥ ହେବାରୁ ପରିବାର ଲୋକ ତୁରନ୍ତ କୋମନା ଡାକ୍ତରଖାନା ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ନୂଆପଡା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଏଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ପୁଲିସ୍‌ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।

Leave A Reply

Your email address will not be published.

2 + eight =