ହୋଟେଲରେ ନାବାଳିକା ଛାତ୍ରୀଙ୍କ ମୃତ୍ୟୁ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ରେଳ ଷ୍ଟେସନ ନିକଟ ବିଜୟ ନାମକ ଏକ ହୋଟେଲରେ ଗତକାଲି ଜଣେ ନାବାଳିକା(୧୭)ଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ବରଗଡ଼ ଜିଲା ଗାଇସିଲେଟ ଥାନା ଭେଲୁଆପଦର ଗ୍ରାମର ବୋଲି ଜଣାପଡିଛି । ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ମୃତା ନାବାଳିକା ଜଣକ ବରଗଡ଼ ସହରର ଏକ କଲେଜର ଯୁକ୍ତ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ସୋମବାର ସକାଳେ ସେ ଏକ ସରକାରୀ ବସ୍‌ ଯୋଗେ ବରଗଡ଼ ଆସିଥିଲେ । ବରଗଡ଼ରେ ପହଞ୍ଚିବା ପରେ ସକାଳ ପ୍ରାୟ ସାଢେ ୯ ଟାରେ ସେ ସୁରକ୍ଷିତ ଭାବେ ବରଗଡ଼ରେ ପହଞ୍ଚିଥିବା ନେଇ ଫୋନ୍‌ କରିଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି । ଅନ୍ୟପକ୍ଷେ ପ୍ରାୟ ଘଣ୍ଟାଏ ପରେ କେହି ଜଣେ ଅଜଣା ଲୋକ ତାଙ୍କୁ ଫୋନ୍‌ କରି ତାଙ୍କ ଝିଅର ମୃତ୍ୟୁ ଘଟିଥିବା କହିବା ସହ ମୃତଦେହ ବରଗଡ଼ ପୁରୁଣା ହସ୍ପିଟାଲରେ ଥିବା ନେଇ ସୂଚନା ଦେଇଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି । ତେବେ ପୋଲିସ ଏହି ଘଟଣାରେ ବଲାଙ୍ଗିର ସଦର ଥାନା ପରଧିଆପାଲି ଗ୍ରାମର ଯୁବକ ରାହୁଲ ବାଗ୍‌(୨୩)ଙ୍କୁ ଅଟକ ରଖି ପଚରାଉଚରା କରୁଛି । ମିଳିଥିବା ସୂଚନା ଅନୁସାରେ ମୃତ ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ସେ ନାବାଳିକାଙ୍କୁ ଧରି ହୋଟେଲକୁ ଯାଇଥିଲେ । ହୋଟେଲର ଏକ କୋଠରିରେ ଥିବା ବେଳେ ନାବାଳିକା ଅଚେତ ହୋଇ ପଡିଥିଲେ । ଫଳରେ ତାଙ୍କୁ ଏକ ଅଟୋରେ ବରଗଡ଼ ପୁରୁଣା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ରାହୁଲ କହିଛନ୍ତି । ପୋଲିସ ସମ୍ପୃକ୍ତ ହୋଟେଲ ମାଲିକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

Leave A Reply

Your email address will not be published.

twelve + seven =

error: Content is protected !!